ମାଟିର ମହକ

ବାରିପଟେ ଅରାଏ ମାଟି ଜାଗା ଦେଖି ଖୁସି ହୋଇଯାଇଥିଲେ ବୈଦେହୀ । ମୁମ୍ବାଇର ଫ୍ଲାଟ୍ ଘରେ ପଇଁତିରିଶ ବର୍ଷର ରହଣିପରେ ଏଇ ସାତ ଦିନ ହେଲା ଭୁବନେଶ୍ୱର ଫେରି ଆସିଛନ୍ତି ସେମାନେ । ଭୁବନେଶ୍ୱରରେବି ସେଇ କଂକ୍ରିଟ ଜଙ୍ଗଲ । ବଡ ବଡ ଆପର୍ଟମେଣ୍ଟ ମୁଣ୍ଡ ଟେକି ଠିଆ ହୋଇଛି ଚାରିଆଡେ । କେମିତି କେଜାଣି ଏଇ ଘରଟି କଥା ମନେ ପଡ଼ିଗଲା ଜଣେ ବନ୍ଧୁଙ୍କର । ଭଡାରେ ଘରଟି ଦେବାକୁ ଲୋକ ଖୋଜୁଥିଲେ ଘର ମାଲିକ …

Continue reading ମାଟିର ମହକ

ସ୍ପର୍ଶ

ସ୍ଵଳ୍ପ ସମୟ ପାଇଁ ସ୍ମୃତିହ୍ରାସ ହେଉଥିଲା ତାଙ୍କର । ସେଇ କିଛି ସମୟ ପାଇଁ ଅତୀତକୁ ଫେରି ଯାଉଥିଲେ ସେ । ଭୁଲି ଯାଉଥିଲେ ନିଜକୁ । ପର-ଆପଣା ସବୁକିଛି ପାଶୋରି ଯାଇ କେଉଁ ଏକ ନିଆରା ଜଗତରେ ବିଚରଣ କରୁଥିଲେ ଯେମିତି । ଅତୀତର ସ୍ମୃତି ଆବୋରି ବସୁଥିଲା ବର୍ତ୍ତମାନକୁ । ସମସ୍ତେ ଲାଗୁଥିଲେ ନିଜର । ନିଜ ଲୋକ ମାନଙ୍କୁ ଦେଖିବାର, ପାଖରେ ପାଇବାର ଅସମ୍ଭବ ଲାଳସା ତାଙ୍କୁ ଏମିତି ଏକ ନୂଆ ପରିବେଶକୁ …

Continue reading ସ୍ପର୍ଶ

ରୂପାଜହ୍ମ

ଜଟି ତାର ବଙ୍କା ଗୋଡ଼ରେ ଛୋଟେଇ ଛୋଟେଇ ଦୁଆର ଖୋଲି ପଶିଯାଇଥିଲା ଘର ଭିତରକୁ । ବାହାରେ ଛାଡ଼ିଦେଇ ଆସିଥିଲା ପୁନେଇଁ ଜହ୍ନକୁ, ବିଛେଇ ହୋଇ ପଡ଼ିଥିବା ସ୍ନିଗ୍ଧ, ମୁଗ୍ଧ ଜହ୍ନାଲୋକ ସହ ରୂପାଲିକୁ । ପିଠିର ବିରାଟ କୁବ୍ଜଟି ଧନୁପରି ବଙ୍କେଇ ରଖିଛି ତାକୁ । ପାଞ୍ଚଫୁଟର ମଣିଷଟିଏ ହୋଇଥିଲେବି ମୋଡିମାଡି ହୋଇ ତିନିଫୁଟ ଦିଶୁଛି ସେ । ସେନେଇ ତା’ ମନରେ ଦୁଃଖ ନାହିଁ ବୋଲି  ଯେତେ କହିଲେ ବି ତା’ର ଅସହାୟ ମନର …

Continue reading ରୂପାଜହ୍ମ

ଡୋରି

ବସକୁ ଅପେକ୍ଷା କରି ସେତେବେଳକୁ ଖୁବ ହାଲିଆ ହୋଇ ଯାଇଥିଲି ମୁଁ । ନୀଳମାଧବ ଦର୍ଶନ ଆଶାୟୀ ମନଟିର ସମସ୍ତ ଉଛ୍ୱାସ ଧିରେ ଧିରେ ମଉଳି ଯାଉଥିଲା । ମିତା ତଥାପି କ୍ଲାନ୍ତ ହୋଇନଥିଲା । 'ଆଉଟିକେ ଅପେକ୍ଷା କରିବା ନାନୀ' - ମିତା ସ୍ୱରରେ ଏମିତି କ’ଣ ଥିଲା କେଜାଣି, ତାହା ମୋ ଭିତରର କ୍ଲାନ୍ତିକୁ ଅପସାରିତ କରି ସେଇଠି ଠିଆ ହୋଇ ବସକୁ ଅପେକ୍ଷା କରିବାର ସାହସ ଜୁଟେଇଥିଲା ମନରେ ।             ମିତା ମୋ ପାଖକୁ ଆସିବାର ପ୍ରଥମ ଦୁଇଦିନ …

Continue reading ଡୋରି

ମୁକ୍ତି

- ‘ଅନୁପ ଚାଲିଗଲା – ମୁକ୍ତି ପାଇଗଲା ଜାଣ', ଦୀର୍ଘଶ୍ଵାସ ସହ ବିରୁପାକ୍ଷଙ୍କର ଏ ସ୍ଵଗତୋକ୍ତି ଦୋହଲାଇଦେଲା ଲୋପିତାକୁ । ଡେରି ରାତିରେ ହସ୍ପିଟାଲରୁ ଫେରି ହ୍ୟାଙ୍ଗରରେ ଟଙ୍ଗାଇଥିବା ସେଇ ପୁରୁଣା ଟି’ ସାର୍ଟଟି ଦେହରେ ଗଳାଇଦେଇ ସକାଳୁ ସକାଳୁ ତରତର ହୋଇ ପୁଣିଥରେ ହସ୍ପିଟାଲ ବାହାରିଗଲେ ବିରୁପାକ୍ଷ । ଲୋପିତା ଥକ୍କା ହୋଇ ବସିଗଲା ଖଟ ଉପରେ । 'ମୁକ୍ତି ପାଇଗଲା' - ଶବ୍ଦ ଦୁଇଟି ବାରମ୍ବାର ହୃଦୟର ନିଭୃତ କୋଣରେ ପ୍ରତିଧ୍ବନିତ ହେବାକୁ ଲାଗିଲା …

Continue reading ମୁକ୍ତି

ମୁଦା ଲଫାପା

'ଏ ସପନି ବୋଉ, କ'ଣ ଶୋଇପଡିଲୁ କି?' - ଡାକି ଡାକି ଘର ଭିତରକୁ ପଶି ଆସୁଥିବା ପାର୍ବତୀକୁ ଭଲକରି ଦେଖିପାରୁନଥିଲା କେତକୀ । ଆଖିକି କେମିତି ଜାଲୁ ଜାଲୁଆ ଦିଶୁଛି । ବେଳକୁ ବେଳ ବେଶୀବେଶୀ  ଖରାପ ହୋଇ ଯାଉଛି ଆଖି  । ପନ୍ଦର ଦିନ ତଳେ ପୁଅ-ବୋହୂ ଆସିଥିଲେ । ସପନା କେତେକରି ଡାକୁଥିଲା ସାଙ୍ଗରେ ଯିବାକୁ । କାହିଁକି କେଜାଣି ଆଦୌ ଇଚ୍ଛା ହେଲାନି ତା’ ସହିତ ଗାଁ ଛାଡି ସହରରେ ଯାଇ …

Continue reading ମୁଦା ଲଫାପା

ନିୟତି

ନିୟତି ଆଜି ଅନେକ ଦିନପରେ ଫେସବୁକ ଖୋଲିଲା । ଅପ୍ରକୃତ ଇଣ୍ଟରନେଟ-ସମାଜର ଦଲକାଏ ହାଲୁକା ପବନ ଛୁଇଁଗଲା ମନ ପ୍ରାଣକୁ। ଏ ଏକ ଅଦ୍ଭୁତ ରାଜ୍ୟ । ବନ୍ଧୁ ତାଲିକା ଫୁଲିଉଠେ ଏଠି ନୂଆ ନୂଆ ବନ୍ଧୁ ସମାଗମରେ - ଅଦେଖା, ଅଜଣା ବ୍ୟକ୍ତିମାନେ ମଧ୍ୟ ଘନିଷ୍ଠ ଲାଗନ୍ତି ନିୟତିକୁ, ସେମାନଙ୍କ ଗପ ଓ କବିତାର ମାର୍ମିକ ସ୍ପର୍ଶରେ। ବହୁତ ଦିନପରେ ଆଜି କବିତାଟିଏ ଲେଖିଛି ସେ । ଫେସବୁକରେ ପୋଷ୍ଟ କରିଦେବ । ଦୁଇ ତିନିଜଣ …

Continue reading ନିୟତି

ଲୁହ

କବାଟ ଆଉଜେଇ ନେଇ ସରିତା ଟିକେ ଢିଲା କରିଦେଲା ଅଣ୍ଟା ଫିତାକୁ । ଏତେ ଗୁଡ଼ାଏ ବାଟ ଆଗକୁ ଯିବାକୁ ଅଛି । ଟାଣି ଟୁଣିହୋଇ ବସିଲେ ଅସ୍ବସ୍ତି ଲାଗିବ । ସେମାନେ ଅରୁଣଙ୍କ ଘରେ ପହଞ୍ଚିଲା ବେଳକୁ ସନ୍ଧ୍ୟା ହୋଇଯିବ ବୋଧେ । ହଁ, ଛଅ ସାତ ଘଣ୍ଟା ଲାଗିବ ତ ନିଶ୍ଚୟ । ସରିତା କବାଟ ଖୋଲି ବାହାରକୁ ଆସିଲା । ସାନଭଉଣୀ ମିତୁ ଲୁହ ପୋଛୁଛି ଆଖିରୁ । 'ହେଇ, କାନ୍ଦୁଛୁ ନା …

Continue reading ଲୁହ

ଦେହି ପଦପଲ୍ଲବମ୍…..

ଭାରି କ୍ଳାନ୍ତ ଲାଗୁଥିଲା ତା’କୁ । ଅଫିସରେ ଆଜି ଖୁବ ଖଟିଛି । ତା’ ଉପରେ ଲଞ୍ଚ ପରେପରେ ଆସିଥିବା ସମୀକ୍ଷାର ଫୋନରେ ବେଶ ବିବ୍ରତ ହୋଇ ପଡିଛି ସେ । ସମୀକ୍ଷା କହିଥିବା କଥାଗୁଡା ସେତେବେଳେ ବଡ ଅସ୍ଥିର କରିଥିଲା ତାକୁ । ଖୁବ ବିରକ୍ତିକର ଥିଲା ସମୀକ୍ଷାର ସ୍ଵର । ତା’ କଥା ଶୁଣିବାର ଧୈର୍ଯ୍ୟ ହରେଇବସିଥିଲା ପ୍ରତୀକ। ଇୟରଫୋନର ଭଲ୍ୟୁମ କମାଇ ନେଇ ନିଜକୁ ସୁଇଚଡ ଅଫ କରି ନେଇଥିଲା । କିଛିବି …

Continue reading ଦେହି ପଦପଲ୍ଲବମ୍…..

ଫଟୋ

ଦି'ଟା ସେଫ୍ଟିପିନ୍ ଦେଇ ବ୍ଲାଉଜର ଚିରା କାଖକୋଣକୁ ମଜଭୁତ କରିନେଲା ନଳିନୀ । ନାଃ, ଆଉ ଦିଶୁନି ତା'ର ଫୁଙ୍ଗୁଳା ଦେହ । ଶାଢ଼ୀର କାନିକୁ ବେଢ଼େଇ ନେଲା ଦେହରେ । ରଙ୍ଗ ଛାଡି ମଳିନ ଦିଶୁଥିବା ଗୋଲାପୀ ରଙ୍ଗର ଏଇ ଶାଢ଼ୀଟି ଭାରି ପ୍ରିୟ ତା'ର । ଦିଦି କହିଯାଇଛନ୍ତି ଶୀଘ୍ର ଶୀଘ୍ର ଛୁଆମାନଙ୍କୁ ନେଇ ହଲରେ ଏକାଠି ହେବାକୁ । ସେମାନଙ୍କୁ ଜାମା-ପ୍ୟାଣ୍ଟ ଖଣ୍ଡେ ଖଣ୍ଡେ ପିନ୍ଧେଇବାକୁ ହେବ । ସାନ, ବଡ଼ ହୋଇ ଦଶଜଣ ସେମାନେ …

Continue reading ଫଟୋ