ଧୋତି

ଜେଜେଙ୍କ ପାଇଁ ତାଙ୍କ ନାତୁଣୀ ବୋହୂ ଅର୍ଥାତ୍ ଆମର ଏବେ ଏବେ ବାହାହୋଇ ଆସିଥିବା ଭାଉଜ, ଉପହାର ଆଣିଥିବା ସେ ନୂଆ ପ୍ୟାଣ୍ଟ ସାର୍ଟ ହଳକ ଦେଖି ଆମେ ସବୁ ଖୁସି ହୋଇଗଲୁ । ଜେଜେଙ୍କ ମୁହଁ କିନ୍ତୁ ଶୁଖି ଯାଇଥିଲା । ତାଙ୍କ ମୁହଁର ସେ ଦୁଃଖୀ ଦୁଃଖୀ ଭାବଟି ସ୍ପଷ୍ଟ ବାରି ହୋଇ ପଡ଼ୁଥିଲା ।    ପୌରାଣିକ ଚଳଚ୍ଚିତ୍ର ଦେଖିବାକୁ ଜେଜେ ଓ ଜେଜେମା' ଭଲ ପାଆନ୍ତି । ଆଉ ସେମିତି କିଛି ସିନେମା ଆସିଲେ …

Continue reading ଧୋତି

ପ୍ରତ୍ୟୟ

‘ମିଛ, ମିଛ, ମିଛ’ - କାଠଗଡାର ବାଡ ଉପରକୁ ଝୁଂକିପଡି ଚିତ୍କାର କରିବାକୁ ଚାହୁଁଥିଲା ସବିତା । ଓଃ, କଣ୍ଠରୁଦ୍ଧ ହୋଇଯାଉଥିଲା ତା’ର । ସାମାନ୍ୟ ଶବ୍ଦଟିଏ ବି ବାହାରୁନଥିଲା ତା’ ପାଟିରୁ । ଆଖିରୁ ଝରିଯାଉଥିଲା ଧାରଧାର ଲୁହ । କିଏ ଯେମିତି ଚାପିଧରିଥିଲା ତା’ ସ୍ୱରତନ୍ତ୍ରୀକୁ। ସବିତା ମିଛେଈ, ସେ ସବୁବେଳେ କେବଳ ମିଛ ହିଁ କହେ । ଡାହାମିଛ କଥାଗୁଡାକ ଗୁନ୍ଥିଗୁନ୍ଥି କହିପାରେ ସେ । ମିଛ କହିବାରେ କେମିତି ଗୋଟେ ଆତ୍ମସନ୍ତୋଷ …

Continue reading ପ୍ରତ୍ୟୟ

ଭୋକ

ଶାଳପତ୍ର ଠୋଲାରେ ପାଞ୍ଚ ଟଙ୍କାର ଘୁଗୁନି କିଣି ପୁଅକୁ ଧରେଇଦେଲା ଗୁରେଇ । ସେତିକିବେଳୁ ଛୁଆଟା ଡାହାଣାଙ୍କ ପରି ଚାହିଁ ରହିଥିଲା ପିତେଇ ସାହୁର ସେ ବଡ ରସ ହାଣ୍ଡିଟାକୁ । ତା’ ଭିତରେ ନାଲିପାଣିରେ ଡୁବ ଖାଉଥିବା ଚେପା ଗିନାଟିରେ ଦି’ଟା ଆଳୁ ଆଉ ହାତ ଗଣତି ମଟର୍ କେତେଟା ମଝିରେ ମଝିରେ ହାତ ବୁଡେଇ ଟାଣିଆଣୁଥିଲା ପିତେଇ । ତା ଉପରେ ଯନ୍ତ୍ର ଚାଳିତ ପରି ଛିଞ୍ଚି ଦେଉଥିଲା କଟା ପିଆଜ ସହିତ ଖୋଲାମେଲା …

Continue reading ଭୋକ

ବେରିଙ୍ଗ ଚିଠି

‘ତୁ ମତେ କଥା କହିଲା ପରି ଚିଠି ଲେଖିବୁ' ।'ମକର ଏମିତି କଣ କହୁଛୁ? କଥା କହିଲା ପରି ମାନେ?' ମୁହଁରେ ସାମାନ୍ୟ ହସ ଫୁଟେଇ ମକର କହିଲା 'ମାନେ ହେଇ ଯେମିତି ଏବେ କହୁଛୁ । ଚିଠିରେ ଠିକ୍ ସେମିତି ଲେଖିବୁ । ମନେହେବ ଯେମିତି ତୁ କୁଆଡେ ବି ଯାଇନୁ । ଏଇଠି ବସିଛୁ ମୋ ପାଖରେ ଆଉ ମତେ କହୁଛୁ ତୋ କଥା' । ମୁଣ୍ଡର ସ୍କାର୍ଫ କୁ ସଜାଡୁ ସଜାଡୁ ମକର …

Continue reading ବେରିଙ୍ଗ ଚିଠି

ରଫୁ

ରୋଷେଇ ଘର ଈଶାନ କୋଣରେ କଣ୍ଟାରେ ରଜନୀ ଝୁଲେଇ ଦେଲା ନୂଆବର୍ଷର କ୍ୟାଲେଣ୍ଡରଟି । ଆର ଘରୁ ଶାଶୂଙ୍କ କାଶ ଶୁଣାଯାଉଛି । କାଶ ପୁଣି ବଢ଼ିଗଲାଣି । ଏଥର ବଡ ଡାକ୍ତରଙ୍କୁ ଦେଖେଇବାକୁ ପଡ଼ିବ । ଆଉ ଟାଳି ହେବନି । ଆଗରୁ ସେକଥା ଅନେକ ଥର ଭାବିଛି ସେ । ବଡ ଡାକ୍ତର ଦେଖେଇ ଔଷଧ ଆଣିପାରୁନି ବୋଲି ଅପରାଧ ବୋଧରେ ଭାରି ହୋଇଯାଇଛି ହୃଦୟ, ପୁଣି ବୁଝେଇଦେଇଛି ନିଜକୁ ନିଜେ ବୋଧ ଦେଇ …

Continue reading ରଫୁ

ବାଉଁଶ ରାଣୀ

- ‘ତୋ ନାଁ କଣ’?  - ବଡ ସନ୍ତର୍ପଣରେ ତା'କୁ ପଚାରିଲା ଶିଉଳି ।ଟିକେ ଛେପଗିଳି ସ୍ୱର ନିମ୍ନ କରି ସେ କହିଲା, 'ମୋର ସତ ନାଁ’?- 'ମାନେ?'  ବିସ୍ମୟ ଭରିଯାଇଥିଲା ଶିଉଳିର ସ୍ୱରରେ ।ହସିଦେଇ ଝିଅଟି କହିଲା, - ‘ସମସ୍ତେ ଡାକନ୍ତି ବାଉଁଶ ରାଣୀ । ସେଇ ନାଁ ରେ ତୁ ବି ଡାକି ପାରିବୁ ମତେ । ହେଲେ ମୋର ପ୍ରକୃତ ନାଁ ହେଲା ରାଣୀ । ରାଣୀ ମାନେ ଜାଣିଛୁ’?  କହିଦେଇ କିରି …

Continue reading ବାଉଁଶ ରାଣୀ

ପରିସୀମା

ଟ୍ରେନରେ ଚଢିବା ବେଳକୁ ଭାରି ହାଲିଆ ଲାଗୁଥିଲା ନିରଞ୍ଜନଙ୍କୁ । ଗତ ଆଠଦିନ ହେଲା ଖୁବ୍ ପରିଶ୍ରମ କରିଛନ୍ତି ସେ । ମୁମ୍ବାଇରୁ ଆସି ପହଞ୍ଚିବା ପରେ ଟିକେ ମଧ୍ୟ ବିଶ୍ରାମନନେଇ ସେଇ ପ୍ରଥମ ଦିନରୁ ହିଁ ଲାଗିଯାଇଥିଲେ କାମରେ । ପ୍ରଥମେ ଲୋକ ଠିକ୍ କରିବା, ତା'ପରେ  ବାଲି ସିମେଣ୍ଟ ସବୁ ଯୋଗାଡ - ତାଙ୍କୁ ହିଁ କରିବାକୁ ହେଲା । ଛୋଟ କାମଟେ ବୋଲି କେହି କରିବାକୁ ଆଗ୍ରହ କଲେନି । ନିରଞ୍ଜନ ବିବ୍ରତ …

Continue reading ପରିସୀମା

ମାଟିର ମହକ

ବାରିପଟେ ଅରାଏ ମାଟି ଜାଗା ଦେଖି ଖୁସି ହୋଇଯାଇଥିଲେ ବୈଦେହୀ । ମୁମ୍ବାଇର ଫ୍ଲାଟ୍ ଘରେ ପଇଁତିରିଶ ବର୍ଷର ରହଣିପରେ ଏଇ ସାତ ଦିନ ହେଲା ଭୁବନେଶ୍ୱର ଫେରି ଆସିଛନ୍ତି ସେମାନେ । ଭୁବନେଶ୍ୱରରେବି ସେଇ କଂକ୍ରିଟ ଜଙ୍ଗଲ । ବଡ ବଡ ଆପର୍ଟମେଣ୍ଟ ମୁଣ୍ଡ ଟେକି ଠିଆ ହୋଇଛି ଚାରିଆଡେ । କେମିତି କେଜାଣି ଏଇ ଘରଟି କଥା ମନେ ପଡ଼ିଗଲା ଜଣେ ବନ୍ଧୁଙ୍କର । ଭଡାରେ ଘରଟି ଦେବାକୁ ଲୋକ ଖୋଜୁଥିଲେ ଘର ମାଲିକ …

Continue reading ମାଟିର ମହକ

ରୂପାଜହ୍ମ

ଜଟି ତାର ବଙ୍କା ଗୋଡ଼ରେ ଛୋଟେଇ ଛୋଟେଇ ଦୁଆର ଖୋଲି ପଶିଯାଇଥିଲା ଘର ଭିତରକୁ । ବାହାରେ ଛାଡ଼ିଦେଇ ଆସିଥିଲା ପୁନେଇଁ ଜହ୍ନକୁ, ବିଛେଇ ହୋଇ ପଡ଼ିଥିବା ସ୍ନିଗ୍ଧ, ମୁଗ୍ଧ ଜହ୍ନାଲୋକ ସହ ରୂପାଲିକୁ । ପିଠିର ବିରାଟ କୁବ୍ଜଟି ଧନୁପରି ବଙ୍କେଇ ରଖିଛି ତାକୁ । ପାଞ୍ଚଫୁଟର ମଣିଷଟିଏ ହୋଇଥିଲେବି ମୋଡିମାଡି ହୋଇ ତିନିଫୁଟ ଦିଶୁଛି ସେ । ସେନେଇ ତା’ ମନରେ ଦୁଃଖ ନାହିଁ ବୋଲି  ଯେତେ କହିଲେ ବି ତା’ର ଅସହାୟ ମନର …

Continue reading ରୂପାଜହ୍ମ

ଡୋରି

ବସକୁ ଅପେକ୍ଷା କରି ସେତେବେଳକୁ ଖୁବ ହାଲିଆ ହୋଇ ଯାଇଥିଲି ମୁଁ । ନୀଳମାଧବ ଦର୍ଶନ ଆଶାୟୀ ମନଟିର ସମସ୍ତ ଉଛ୍ୱାସ ଧିରେ ଧିରେ ମଉଳି ଯାଉଥିଲା । ମିତା ତଥାପି କ୍ଲାନ୍ତ ହୋଇନଥିଲା । 'ଆଉଟିକେ ଅପେକ୍ଷା କରିବା ନାନୀ' - ମିତା ସ୍ୱରରେ ଏମିତି କ’ଣ ଥିଲା କେଜାଣି, ତାହା ମୋ ଭିତରର କ୍ଲାନ୍ତିକୁ ଅପସାରିତ କରି ସେଇଠି ଠିଆ ହୋଇ ବସକୁ ଅପେକ୍ଷା କରିବାର ସାହସ ଜୁଟେଇଥିଲା ମନରେ ।             ମିତା ମୋ ପାଖକୁ ଆସିବାର ପ୍ରଥମ ଦୁଇଦିନ …

Continue reading ଡୋରି