ମୁଦା ଲଫାପା

'ଏ ସପନି ବୋଉ, କ'ଣ ଶୋଇପଡିଲୁ କି?' - ଡାକି ଡାକି ଘର ଭିତରକୁ ପଶି ଆସୁଥିବା ପାର୍ବତୀକୁ ଭଲକରି ଦେଖିପାରୁନଥିଲା କେତକୀ । ଆଖିକି କେମିତି ଜାଲୁ ଜାଲୁଆ ଦିଶୁଛି । ବେଳକୁ ବେଳ ବେଶୀବେଶୀ  ଖରାପ ହୋଇ ଯାଉଛି ଆଖି  । ପନ୍ଦର ଦିନ ତଳେ ପୁଅ-ବୋହୂ ଆସିଥିଲେ । ସପନା କେତେକରି ଡାକୁଥିଲା ସାଙ୍ଗରେ ଯିବାକୁ । କାହିଁକି କେଜାଣି ଆଦୌ ଇଚ୍ଛା ହେଲାନି ତା’ ସହିତ ଗାଁ ଛାଡି ସହରରେ ଯାଇ …

Continue reading ମୁଦା ଲଫାପା

ନିୟତି

ନିୟତି ଆଜି ଅନେକ ଦିନପରେ ଫେସବୁକ ଖୋଲିଲା । ଅପ୍ରକୃତ ଇଣ୍ଟରନେଟ-ସମାଜର ଦଲକାଏ ହାଲୁକା ପବନ ଛୁଇଁଗଲା ମନ ପ୍ରାଣକୁ। ଏ ଏକ ଅଦ୍ଭୁତ ରାଜ୍ୟ । ବନ୍ଧୁ ତାଲିକା ଫୁଲିଉଠେ ଏଠି ନୂଆ ନୂଆ ବନ୍ଧୁ ସମାଗମରେ - ଅଦେଖା, ଅଜଣା ବ୍ୟକ୍ତିମାନେ ମଧ୍ୟ ଘନିଷ୍ଠ ଲାଗନ୍ତି ନିୟତିକୁ, ସେମାନଙ୍କ ଗପ ଓ କବିତାର ମାର୍ମିକ ସ୍ପର୍ଶରେ। ବହୁତ ଦିନପରେ ଆଜି କବିତାଟିଏ ଲେଖିଛି ସେ । ଫେସବୁକରେ ପୋଷ୍ଟ କରିଦେବ । ଦୁଇ ତିନିଜଣ …

Continue reading ନିୟତି

ଲୁହ

କବାଟ ଆଉଜେଇ ନେଇ ସରିତା ଟିକେ ଢିଲା କରିଦେଲା ଅଣ୍ଟା ଫିତାକୁ । ଏତେ ଗୁଡ଼ାଏ ବାଟ ଆଗକୁ ଯିବାକୁ ଅଛି । ଟାଣି ଟୁଣିହୋଇ ବସିଲେ ଅସ୍ବସ୍ତି ଲାଗିବ । ସେମାନେ ଅରୁଣଙ୍କ ଘରେ ପହଞ୍ଚିଲା ବେଳକୁ ସନ୍ଧ୍ୟା ହୋଇଯିବ ବୋଧେ । ହଁ, ଛଅ ସାତ ଘଣ୍ଟା ଲାଗିବ ତ ନିଶ୍ଚୟ । ସରିତା କବାଟ ଖୋଲି ବାହାରକୁ ଆସିଲା । ସାନଭଉଣୀ ମିତୁ ଲୁହ ପୋଛୁଛି ଆଖିରୁ । 'ହେଇ, କାନ୍ଦୁଛୁ ନା …

Continue reading ଲୁହ

ଦେହି ପଦପଲ୍ଲବମ୍…..

ଭାରି କ୍ଳାନ୍ତ ଲାଗୁଥିଲା ତା’କୁ । ଅଫିସରେ ଆଜି ଖୁବ ଖଟିଛି । ତା’ ଉପରେ ଲଞ୍ଚ ପରେପରେ ଆସିଥିବା ସମୀକ୍ଷାର ଫୋନରେ ବେଶ ବିବ୍ରତ ହୋଇ ପଡିଛି ସେ । ସମୀକ୍ଷା କହିଥିବା କଥାଗୁଡା ସେତେବେଳେ ବଡ ଅସ୍ଥିର କରିଥିଲା ତାକୁ । ଖୁବ ବିରକ୍ତିକର ଥିଲା ସମୀକ୍ଷାର ସ୍ଵର । ତା’ କଥା ଶୁଣିବାର ଧୈର୍ଯ୍ୟ ହରେଇବସିଥିଲା ପ୍ରତୀକ। ଇୟରଫୋନର ଭଲ୍ୟୁମ କମାଇ ନେଇ ନିଜକୁ ସୁଇଚଡ ଅଫ କରି ନେଇଥିଲା । କିଛିବି …

Continue reading ଦେହି ପଦପଲ୍ଲବମ୍…..

ଫଟୋ

ଦି'ଟା ସେଫ୍ଟିପିନ୍ ଦେଇ ବ୍ଲାଉଜର ଚିରା କାଖକୋଣକୁ ମଜଭୁତ କରିନେଲା ନଳିନୀ । ନାଃ, ଆଉ ଦିଶୁନି ତା'ର ଫୁଙ୍ଗୁଳା ଦେହ । ଶାଢ଼ୀର କାନିକୁ ବେଢ଼େଇ ନେଲା ଦେହରେ । ରଙ୍ଗ ଛାଡି ମଳିନ ଦିଶୁଥିବା ଗୋଲାପୀ ରଙ୍ଗର ଏଇ ଶାଢ଼ୀଟି ଭାରି ପ୍ରିୟ ତା'ର । ଦିଦି କହିଯାଇଛନ୍ତି ଶୀଘ୍ର ଶୀଘ୍ର ଛୁଆମାନଙ୍କୁ ନେଇ ହଲରେ ଏକାଠି ହେବାକୁ । ସେମାନଙ୍କୁ ଜାମା-ପ୍ୟାଣ୍ଟ ଖଣ୍ଡେ ଖଣ୍ଡେ ପିନ୍ଧେଇବାକୁ ହେବ । ସାନ, ବଡ଼ ହୋଇ ଦଶଜଣ ସେମାନେ …

Continue reading ଫଟୋ

ବେଳାଭୂମିରେ ଅତିଥି

ବେଳାଭୂମି ଲମ୍ବି ଯାଇଛି କାହିଁ କେତେ ଦୂର । ବାଲି, ବାଲି ଆଉ ବାଲି । ତା ଭିତରେ ଉଠା ଦୋକାନ, ଘୋଡାଗାଡି, ବୁଲା ବିକାଳି, କିଛି ଲଙ୍ଗଳା ପିଲା, କିଛି ସୁତୁରା ବାବୁଭାୟା, ସମୁଦ୍ରର କୂଳ ଲଂଘୁଥିବା ପାଣି, ଆଉ ସେ ଲହରିରେ ଉଦ୍ଦାମ ହେଉଥିବା ଯୁବକ ଯୁବତୀ । ପ୍ରସାରିତ ପଲକ ଭିତରେ ଅନେକ ଭୋଗ୍ୟ ଦୃଶ୍ୟ । ଯେମିତି ବିରାଟ ସେଇ ଶଂଖଟି, ଯେଉଁଟି ଏବେ ଏବେ ବେଳାଭୂମି ଅକ୍ତିଆର କରି ବସିଛି …

Continue reading ବେଳାଭୂମିରେ ଅତିଥି

ବସା

'ଆଉ କେତେ ସମୟ ଲାଗିବ ଘରେ ପହଞ୍ଚିବାକୁ?' ନୀଳିମା ଜୋରରେ ହଲେଇଦେଇ ପଚାରିଲା ରଘୁନାଥକୁ । ନିଦ ମଳ ମଳ ଆଖିରେ ବସ୍ ର ଝରକା ବାହାରକୁ ମୁଣ୍ଡ ଗଳେଇ ରଘୁନାଥ ଦେଖୁଥିଲା ସେମାନେ କେଉଁଠି ପହଞ୍ଚିଲେଣି । ନୀଳିମା ଏଥର ଟିକେ ଉଚ୍ଚ ଗଳାରେ କହିଲା, 'ଏଇଟା କୋଉ ଜାଗା? ଘର ଆଉ କେତେବାଟ?' - ଚିଡିଗଲା ରଘୁନାଥ । ସେ ଯେ ଝରକାର କୁନି ଫାଙ୍କ ଭିତରୁ ଜାଗାଟି ଠଉରେଇ ପାରୁନି, ସେକଥା ନକହି …

Continue reading ବସା

ବିଶ୍ୱାସ ପ୍ରଦୀପ

ମାଆଦୁର୍ଗାଙ୍କ ପାଖରେ ଉଜ୍ଵଳ ହୋଇ ଜଳୁଥିଲା ଶହେଏକ ଦୀପ । ମିନାକ୍ଷୀ ତନ୍ମୟ ହୋଇ ଚାହିଁ ରହିଥିଲା ସେଇ ଦୀପଗୁଡିକୁ । ଦୀପଶିଖା ସବୁ ମାଆଙ୍କ ଆଗରେ  ଖାଲି ଅଗ୍ନିର ଶିଖାଟିଏ ହୋଇ ଜଳୁନଥିଲେ, ଆଶା ଆଉ ବିଶ୍ୱାସର ଜ୍ୟୋତିରେ ଉଦ୍ଭାସିତ କରୁଥିଲେ ଚତୁଃପାର୍ଶ୍ଵ । ଉଡାଜାହାଜରୁ ଦେଖିଥିବା ରାତିର ଆକାଶରୁ ହିଁ ମସ୍କଟ ପ୍ରତି ମାୟା ଆସିଯାଇଥିଲା ମିନାକ୍ଷୀର । କମ୍ପାନୀର ଏକ ପ୍ରୋଜେକ୍ଟ କାମରେ ତାକୁ ବେଶ କିଛିମାସ ରହିବାକୁ ହେବ ଏ  ଦେଶରେ …

Continue reading ବିଶ୍ୱାସ ପ୍ରଦୀପ

ଡାଏରୀରୁ ପୃଷ୍ଠାଟିଏ

1994 ମସିହା  ଅଗଷ୍ଟ ମାସ ପଚିଶ ତାରିଖ । ମୋ ଜୀବନର ଏକ ଅବିସ୍ମରଣୀୟ ଦୁଃଖଦ ଦିବସ । ସବୁଦିନପରି ମୋ ସ୍ୱାମୀ ଅଫିସ୍ ଗଲେ । ମୋର ତିନି ବର୍ଷର ପୁଅ ସହିତ ମୁଁ ଘରେ ନିତିଦିନିଆ କାମରେ ବ୍ୟସ୍ତ ଥାଏ । କଲିକତାରୁ ବଦଳିହୋଇ ଆମେ ମୁମ୍ବାଇ ଆସିଥାଉ । କ୍ୱାଟର୍ସ ମିଳିନଥାଏ । ଅସ୍ଥାୟୀ ଘରଟିରେ ଥାଉ ଆମେ । ଖୁବ ମନଲୋଭା ସ୍ଥାନରେ ଘରଟି । ଆପାର୍ଟମେଂଟର ପାଚିରୀକୁ ଛୁଉଁଥାଏ ଆରବସାଗରର …

Continue reading ଡାଏରୀରୁ ପୃଷ୍ଠାଟିଏ

ଚିହ୍ନା ଚିହ୍ନା ଜହ୍ନରାତି

ଗୋଟେପଟେ ସହର, ଆରପଟେ ସାଗର। ସହରର କୋଳାହଳ ଆଉ ସାଗରର ସ୍ୱରକୁ ବିଭକ୍ତ କରି ଗଢି ଉଠିଥିବା ମାରିନ ଡ୍ରାଇଭରେ ବସିଥିଲି ମୁଁ ସାଗରକୁ ମୁହଁ କରି । ଆକାଶରେ ପୂର୍ଣ୍ଣମୀର ଜହ୍ନ  । ଅଚିହ୍ନା ଲାଗୁଥିଲା ଆକାଶ । ଆକାଶ ଆଡୁ ଦୃଷ୍ଟି ଫେରାଉଥିଲି । ଢେଉ ସବୁ ପିଟି ହେଉଥିଲେ ମୋ ପାଦତଳୁ ସମୁଦ୍ର ଯାଏଁ ଲମ୍ବି ଯାଇଥିବା ପଥର ଖଣ୍ଡ ଉପରେ । ମୁଁ ବସିଥିଲି ଚୁପଚାପ । ଶୁଣିବାକୁ ଚେଷ୍ଟା କରୁଥିଲି …

Continue reading ଚିହ୍ନା ଚିହ୍ନା ଜହ୍ନରାତି