ଭାଣିଜୀ ବାହାଘର। ମାସେ ଆଗରୁ ଲୁଗାପଟା କିଣାକିଣି କାମ ସାରିଛି ତନିମା। ନିଜପାଇଁ ଶାଢିଟେ ବି କିଣିଛି। ଦରଜୀ ପାଖରେ ବ୍ଲାଉଜ୍ ସିଲେଇ ପାଇଁ ଦେଇ ଆସିଛି । କିଛି କସ୍ମେଟିକ୍ସ ଆଣିଛି ନଣନ୍ଦ ଓ ଭାଣିଜୀଙ୍କ ପାଇଁ । ଭାଣିଜୀଙ୍କୁ ଫୋନ୍କରି ତାଙ୍କ ମନପସନ୍ଦ ବ୍ରାଣ୍ଡର ସବୁ ଜିନିଷ କିଣିଛି ସେ । ଦୁର୍ଯୋଗ କେମିତି କେଜାଣି ହଠାତ୍ ପହଞ୍ଚିଯାଏ କବାଟ ଖଟଖଟ ନକରି ସିଧା ପାଖରେ ଆଉ କାବୁ କରିନିଏ ପଞ୍ଝାରେ ତା'ର …
Author: Suchitra Mishra
ଚକ୍ରବ୍ୟୂହ
ରାତି ପାହି ଆସୁଥିଲା। କବାଟ ଆଉଜେଇ ଦେଇ ରୂପାଲି ଶୋଇ ପଡିଲା ଚଟାଣରେ। ଖଟକୁ ପିଠିକରି ନିଶ୍ଚିନ୍ତ ନିଦରେ ଶୋଇପଡିଥିଲା ସେ। ଆଜି ତା'ର ଶେଷରାତି ଏ ଘରେ। ରାତି ବିତେଇଥିବା ଖଟଟିକୁ ଦିନର ଆଲୁଅରେ ଚାହିଁପାରେନି ରୂପାଲି। ମହଣେ ଓଜନର ଗ୍ଳାନି ତା'ଉପରେ କୁଢେଇ ହୋଇପଡେ। କେଜାଣି କେଉଁଠୁ ପୁଳେ ଅନ୍ଧାର ଘୋଡେଇ ପକାଏ ତା'କୁ। ସେ ବାଟ ପାଏନା। ଦିଗହରା ହୋଇଯାଏ। ତା'ର ଦୋଷ କଣ ସେ ଜାଣେନା। ତା'ପାଇଁ ସେତେବେଳେ ବିକଳ୍ପ …
ଛଳନା
କୃତ୍ରିମ ବୁଦ୍ଧିମତା କଣ ସତରେ ଦେଇପାରିବ ଜେଜେମା'ଙ୍କ ସ୍ପର୍ଶର ଉଷ୍ମତା? ଗେହ୍ଲାକରି କୋଳେଇ ନେଇପାରିବ? କୋଳକୁ ଆଉଜିଯାଇ ତାଙ୍କ ଶାଢିରେ ଗୁଡେଇ ହୋଇଗଲେ ସେଦିନର ଅଦ୍ଭୁତ ମନମତାଣିଆ ସୁଗନ୍ଧରେ ମହକେଇ ଦେଇପାରିବ ତାକୁ?? କେଜାଣି କାହିଁକି, ଖୁବ୍ ଛଟପଟ ଲାଗୁଥିଲା । ଜେଜେମା' ଆସିବେ ବୋଲି ଘରର ସବୁ ଛୋଟବଡ ସଦସ୍ଯ ଖୁସିଥିଲେ । ସାନଦାଦା ବିଦେଶରୁ କୃତ୍ରିମ ବୁଦ୍ଧିମତାର ପ୍ରଶିକ୍ଷଣ ନେଇ ଫେରିଛନ୍ତି । ତାଙ୍କ କହିବା ଅନୁସାରେ ବାପା ବଗିଚାର କଡ ପଟକୁ …
ସପ୍ତସ୍ୱର
ରାତି ଯେତେ ଅଧିକ ହେଉଥିଲା, ଉଦ୍ବେଗ ସେତେ ବଢୁଥିଲା। ଗାଡିର ଗତିକୁ ନିମ୍ନ କରି ରାସ୍ତାକଡ ଆଡେ ଆଖି ପହଁରାଇ ଆଣିଲେ ଅଂଶୁମାନ। ଗୁଗୁଲ୍ରେ ଲୋକେସନ୍ ଦେଇଦେବାପରେ ନିଶ୍ଚିନ୍ତ ହୋଇ ଗାଡି ଚଲାଉଥିଲେ ସେ ଏ ପର୍ଯ୍ୟନ୍ତ। ଏବେ ହଠାତ୍ ଏମିତି ଗଣ୍ଡଗୋଳିଆ ପରିସ୍ଥିତି ସୃଷ୍ଟି କରିଛି ଗୁଗୁଲ୍। ବାଁ ଡାହାଣ ଆଗ ପଛ ହୋଇ ନୟାନ୍ତ ହୋଇଗଲେଣି ସେ। ସରଳ ସହଜ ବାଟଟି ଅଙ୍କାବଙ୍କା ଅବୁଝା ହୋଇଯାଉଛି ବେଳକୁବେଳ। ଅଂଶୁମାନ ଠିକଣା ରାସ୍ତାଟିକୁ ଖୋଜି …
ସମୁଦ୍ରର ଛାଇ
"ସମୁଦ୍ର ଦେଖିଛ? ଭଲଲାଗେ ସମୁଦ୍ର?" ସାଗର ପଚାରିଲା ସୁମିତାକୁ । ଟିକେ ଭିଜାଭିଜା ଲାଗୁଥିଲା ତା' ସ୍ୱର । ସୁମିତା ହସିଲା । "ହଁ, ସମୁଦ୍ର ମୋର ଖୁବ୍ ପ୍ରିୟ । ଅନେକଥର ଯାଇଛି ସମୁଦ୍ରକୂଳକୁ । ବାଲି କଙ୍କଡା ପଛରେ ଗୋଡେଇଛି । ଚୁଟ୍ କରି ସେ ବାହାରିପଡେ ତା' ଗାତ ଭିତରୁ । ଡଗଡଗ ଚାଲିଯାଏ ବାଲି ଉପରେ । ଧରିବାକୁ ଗଲେ ଝଟକରି ଲୁଚିଯାଏ ପୁଣି ବାଲି ଭିତରେ" । ସେମିତି …
ପରୀ
ଆମ୍ବଗଛରେ ବଉଳ ଲଦି ହୋଇ ଯାଇଛି । ସାତଦିନ ସେ ଘରେ ରହିଗଲା ଯେ ଏତେ ବଉଳ ଆସିଗଲା !! ଲାଗୁଚି ଯେମିତି ଯୁଗଟିଏ ବିତିଯାଇଛି ଏ ଭିତରେ । ରୂପା ନୂଆ ଏକ ଅନୁଭବରେ ଉଲ୍ଲସିତ ହେଲା । ବଉଳର ମିଠା ମିଠା ବାସ୍ନା ତାକୁ ଉଚ୍ଚାଟିତ କରୁଥିଲା । ପ୍ରଥମ କରି ଗଛରେ ବଉଳ ଆସିଛି । ଛୋଟ ଛୋଟ ଆମ୍ବ କେତେଟା ବି ମୁହଁ ଦେଖିଇଲେଣି ସେ ବଉଳ ଭିତରୁ । …
ସରଗ ଚଢେଇ
"ଏଇଟି କି ଗଛ ବଡବୋଉ ? କେତେ ସୁନ୍ଦର ଫୁଲ ଏ ଗଛରେ ! କି ଫୁଲ ଏଗୁଡା ?" ଗେହ୍ଲେଇ ହୋଇ ବଡବୋଉଙ୍କର ଘନିଷ୍ଠ ହୋଇଯାଇ କହୁଥିଲା ତନ୍ଦ୍ରା । ହୁଇଲ୍ ଚେୟାର୍ର ପଛବାଡରେ ନିଜକୁ ଦମ୍ଭକରି ଆଉଜେଇନେଇ ଜାହ୍ନବୀ ହସିଦେଲେ ଟିକେ । ‘ସରଗ ଚଢେଇ ‘ କ୍ଷୀଣ ସ୍ୱରରେ ପାଟିରୁ ବାହାରି ଆସିଥିଲା ତାଙ୍କର। "ଆରେ, ଏ କେମିତି ନା ଟେ ମ ! " ହସିପକେଇଲା ତନ୍ଦ୍ରା । …
ଉଷ୍ମତା
ଅଗଣାରେ ବିଛେଇ ହୋଇ ପଡିଥିବା ଖରାରେ ଗୋଡ ଲମ୍ବାଇ ବସି ଜେଜେମା' ଆମକୁ ଶୁଣାଉଥିଲେ ଶୀତର ଗୀତ। ଜେଜେମା'ଙ୍କ ପାଖରେ ଗେଞ୍ଜି ହୋଇ ଆମେ ଦି'ଭାଇ ଭଉଣୀ ଗୀତ ଶୁଣୁଥିଲୁ ଓ ଗେହ୍ଲାହେଉଥିଲୁ। ସେ କାହିଁ କେତେ ଯୁଗର କଥା ହେଲାଣି। ଏବେ ମୁଁ ବଡ ହୋଇଗଲିଣି। ପାଠପଢା ସାରି ଅଧ୍ୟାପନା କଲିଣି। ଭଉଣୀ ରୀତା ତା'ବୈଜ୍ଞାନିକ ସ୍ୱାମୀସହ ଆମେରିକାରେ ରହୁଛି। ବାପାବୋଉ ଓ ମୋ ପରିବାର ଏକାଠି ରହୁଛୁ ଫ୍ଲାଟ୍ଘରେ। ବାପାଙ୍କର ପୈତୃକ ଘର …
ପାଚିରି
ତାଙ୍କଘର ଓ ଆମଘର ଭିତର ଉଚ୍ଚ ପାଚିରିଟି ଆମ ପିଲାଦିନେ ନଥିଲା । ଘରଦୁଇଟି ପାଖାପାଖି ଲଗାଲଗି ହୋଇ ଠିଆ ହୋଇଥିଲେ ଦୁଇ ଅନ୍ତରଙ୍ଗ ବନ୍ଧୁଭଳି । ଦୁଇ ଘର ଭିତରେ ପାଚିରିଟିଏର ଆବଶ୍ଯକତା ଅନୁଭବ କରିପାରୁନଥିଲୁ ଆମେ । ଲିଟୁ ଓ ମୁଁ ଏକା ସ୍କୁଲ୍ରେ ଏକା କ୍ଲାସ୍ରେ ପଢୁଥିଲୁ । ଦି'ଘରକୁ ଯୋଡି ହୋଇଥିବା ଦାଣ୍ଡ ପିଣ୍ଡାରେ ଏକାଠି ବସି ପାଠ ପଢୁଥିଲୁ । କେବେ ଲିଟୁବାପା ବା କେବେ ପୁଣି ମୋ ବାପାଙ୍କୁ …
ମହାନଗରୀରେ ମୌସୁମୀ
ମୌସୁମୀ ଓ ସେ ଆଗପଛ ହୋଇ ପହଞ୍ଚିଥିଲେ ମୁମ୍ବାଇରେ। ସିଦ୍ଧାର୍ଥଙ୍କୁ ବାହାଘର ପରେ ହିଁ ଦେଖିଥିଲା ସୁରଭୀ। ହଁ, ଆଗରୁ ଆଭାସୀ ଆଳାପ ହୋଇଥିଲା ତାଙ୍କ ସହ। ଭାରି ହସଖୁସିଆ ଖୋଲା ହୃଦୟର ମଣିଷ ଜଣେ ସେ। ସୁରଭୀର ମେଳାପୀ ସ୍ବଭାବ ସହିତ ସିଦ୍ଧାର୍ଥଙ୍କର ସ୍ବଚ୍ଛମନ ଉଭୟଙ୍କୁ ଏକାଠି ସଂସାର ଗଢିବାର ଉତ୍ସାହ ଦେଇଥିଲା। ବାହାଘର ଦଶମଙ୍ଗଳା ଦିନ ମୁମ୍ବାଇ ଫେରିବା ପାଇଁ ଉଡାଜାହାଜରେ ବସିଲେ ଦୁହେଁ। ସୁରଭୀର ମନରେ ଡେଣା ଲାଗିଥିଲା। ମୌସୁମୀର ଆଗମନରେ …