ଦେବୀ

ଏଥର ବି ଯଦି ଝିଅ ହୁଏ!! –ଭୟରେ ଶିହିରୀ ଉଠୁଥିଲା ଗୁରେଇର ଦେହ ମୁଣ୍ଡ । ମଦ ପିଇ ଦେଲେ ଲୋକଟା ରାକ୍ଷସ ପାଲଟି ଯାଏ ସତରେ । ଥାନ ଅଥାନ ନମାନି ପିଟି ପକାଏ । ଝିଅ ତିନୋଟିଙ୍କ ପ୍ରତି ବି ନିର୍ଦ୍ଦୟ ହୋଇପଡେ । ବାପ ହୋଇ ଏମିତି ଅମଣିଷ କେମିତି ହୋଇଯାଏ ଭବାନୀ !ମାସେ ହେଲାଣି ମାଆ ଦୁର୍ଗାଙ୍କର ମୂର୍ତ୍ତି ଗଢ଼ୁଛି ଭବାନୀ । ମାଲିକର ସର୍ତ୍ତ ଥିଲା ମୂର୍ତ୍ତି ଗଢ଼ିବା ବେଳେ …

Continue reading ଦେବୀ

ସ୍ପର୍ଶ

ସ୍ଵଳ୍ପ ସମୟ ପାଇଁ ସ୍ମୃତିହ୍ରାସ ହେଉଥିଲା ତାଙ୍କର । ସେଇ କିଛି ସମୟ ପାଇଁ ଅତୀତକୁ ଫେରି ଯାଉଥିଲେ ସେ । ଭୁଲି ଯାଉଥିଲେ ନିଜକୁ । ପର-ଆପଣା ସବୁକିଛି ପାଶୋରି ଯାଇ କେଉଁ ଏକ ନିଆରା ଜଗତରେ ବିଚରଣ କରୁଥିଲେ ଯେମିତି । ଅତୀତର ସ୍ମୃତି ଆବୋରି ବସୁଥିଲା ବର୍ତ୍ତମାନକୁ । ସମସ୍ତେ ଲାଗୁଥିଲେ ନିଜର । ନିଜ ଲୋକ ମାନଙ୍କୁ ଦେଖିବାର, ପାଖରେ ପାଇବାର ଅସମ୍ଭବ ଲାଳସା ତାଙ୍କୁ ଏମିତି ଏକ ନୂଆ ପରିବେଶକୁ …

Continue reading ସ୍ପର୍ଶ

ବସା

'ଆଉ କେତେ ସମୟ ଲାଗିବ ଘରେ ପହଞ୍ଚିବାକୁ?' ନୀଳିମା ଜୋରରେ ହଲେଇଦେଇ ପଚାରିଲା ରଘୁନାଥକୁ । ନିଦ ମଳ ମଳ ଆଖିରେ ବସ୍ ର ଝରକା ବାହାରକୁ ମୁଣ୍ଡ ଗଳେଇ ରଘୁନାଥ ଦେଖୁଥିଲା ସେମାନେ କେଉଁଠି ପହଞ୍ଚିଲେଣି । ନୀଳିମା ଏଥର ଟିକେ ଉଚ୍ଚ ଗଳାରେ କହିଲା, 'ଏଇଟା କୋଉ ଜାଗା? ଘର ଆଉ କେତେବାଟ?' - ଚିଡିଗଲା ରଘୁନାଥ । ସେ ଯେ ଝରକାର କୁନି ଫାଙ୍କ ଭିତରୁ ଜାଗାଟି ଠଉରେଇ ପାରୁନି, ସେକଥା ନକହି …

Continue reading ବସା

କେନ୍ଦ୍ରବିନ୍ଦୁରେ ଏକାକୀ

ଶୁଭଙ୍କର ଚୁପ ହୋଇ ଠିଆ ହୋଇଥିଲା ବାପାଙ୍କ ପାଖରେ । ବାପା ଶୋଇଥିଲେ ଧଳା ଚାଦର ଘୋଡ଼ି ହୋଇ ଚିରନିଦ୍ରାରେ । ଆଖିରୁ ତାର  ଝରି ପଡୁଥିଲା ଧାର ଧାର ଲୁହ କୌଣସି ବାଧା ନମାନି । ଭାରି ଅସହାୟ ଲାଗୁଥିଲା । ବାପାଙ୍କର ଖୋଲା ପାପୁଲି ଉପରେ ନିଜର ହାତ ପାପୁଲି ଚାପିନେଇ ତାଙ୍କଠାରୁ ଅଭୟ ଆଶ୍ୱାସନାଟିଏ ସାଉଁଟି ନେବାକୁ ମନ ଚାହୁଁଥିଲା । ବାପାଙ୍କ ହାତ ଏବେବି ତାକୁ ଶକ୍ତ ଦିଶୁଥିଲା, ଆଉ ତା’ …

Continue reading କେନ୍ଦ୍ରବିନ୍ଦୁରେ ଏକାକୀ

ପରୀ

          ଆଜି ପରୀ ସହିତ ଦେଖାହେଲା ମସ୍କଟର ଏକ ଓଡ଼ିଆ ସମାବେଶରେ । ଦୀପାବଳୀ ଉତ୍ସବ ଉପଲକ୍ଷେ ଓଡ଼ିଆ ସଂସଦ ତରଫରୁ ଏଇ ସମାବେଶର ଆୟୋଜନ କରାଯାଇଥିଲା ମସ୍କଟ ସହରର ଉପକଣ୍ଠରେ । ଆମପାଇଁ ବିଦେଶ ମାଟିରେ ତାହା ପ୍ରଥମ ଓଡ଼ିଆ ବଂଧୁମିଳନ । ଭାରତରୁ ଆସିଥିବା ଆମର ପୂର୍ବ ପରିଚିତ କେବଳ ଚାରୋଟି ଓଡ଼ିଆ ପରିବାର ଛଡା ଆଉ ସମସ୍ତେ ଅପରିଚିତ । ମସ୍କଟ ଆସିବାର ମାତ୍ର ମାସଟିଏ ହୋଇଥାଏ …

Continue reading ପରୀ

ଗୋଧୂଳି

ଖୁସି ତ ଖୁସି । ଛୋଟ ଖୁସି କ'ଣ, ଆଉ ବଡ଼ ଖୁସି କ'ଣ ? ଆନନ୍ଦ ଦେଉଥିବା, ଖୁସି ଦେଉଥିବା ମୁହୂର୍ତ୍ତ ଗୁଡିଏ ଜୀବନରେ ଆସେ ଆଉ ଚାଲିଯାଏ । ଠିକ ସମୟରେ ତାକୁ ଅନୁଭବ କରିବା ପାଇଁ, ସ୍ମୃତି କରି ସାଇତି ରଖିବା ପାଇଁ ସମ୍ବେଦନଶୀଳ ହୃଦୟଟିଏ ଲୋଡ଼ା ।     ନାତୁଣୀ  ନେହାକୁ ବର୍ଷେ ପୁରିଲା ଏଇ ଆଠଦିନ ତଳେ ।     ଏଯାଏଁ ଚାଲିନି ।- ‘ଚାଲିବ , ଏତେ ବ୍ୟସ୍ତ କାହିଁକି? ତୁ …

Continue reading ଗୋଧୂଳି