ଆଜି ପରୀ ସହିତ ଦେଖାହେଲା ମସ୍କଟର ଏକ ଓଡ଼ିଆ ସମାବେଶରେ । ଦୀପାବଳୀ ଉତ୍ସବ ଉପଲକ୍ଷେ ଓଡ଼ିଆ ସଂସଦ ତରଫରୁ ଏଇ ସମାବେଶର ଆୟୋଜନ କରାଯାଇଥିଲା ମସ୍କଟ ସହରର ଉପକଣ୍ଠରେ । ଆମପାଇଁ ବିଦେଶ ମାଟିରେ ତାହା ପ୍ରଥମ ଓଡ଼ିଆ ବଂଧୁମିଳନ । ଭାରତରୁ ଆସିଥିବା ଆମର ପୂର୍ବ ପରିଚିତ କେବଳ ଚାରୋଟି ଓଡ଼ିଆ ପରିବାର ଛଡା ଆଉ ସମସ୍ତେ ଅପରିଚିତ । ମସ୍କଟ ଆସିବାର ମାତ୍ର ମାସଟିଏ ହୋଇଥାଏ …
Author: Suchitra Mishra
ଅସ୍ତିତ୍ୱ
ଉଡାଜାହାଜର ଝରକା ପାଖ ସିଟରେ ଚାପି ହୋଇ ବସି ବାହାରକୁ ଚାହିଁଥିଲା ମିନାକ୍ଷୀ । ବାହାରେ ମୁମ୍ବାଇର ଚଳଚଞ୍ଚଳ ପୃଥିବୀରୁ ଚେନାଏ । ଉଡାଜାହାଜ ପଡ଼ିଆରେ ଆତଯାତ କିଛି ଲୋକଙ୍କୁ ଦେଖୁଥିଲା ଆଖିଭରି । ସ୍ୱଚ୍ଛ ଝରକା ସେପାଖେ ଆତ୍ମୀୟତାରେ ଭରପୁର ନିଜ ଦେଶର ମୁକ୍ତ ଆଲୋକକୁ ପଛକରି ଆଉ ଟିକକ ପରେ ସେ ଉଡିଯିବ ପରଦେଶକୁ । ଟିକେ ଭୟ, ଟିକେ ଉତ୍ସାହ, ଟିକେ ସଂକୋଚ ଫେଣ୍ଟାଫେଣ୍ଟି ହେଉଥିଲେ ତା’ …
ଗୋଧୂଳି
ଖୁସି ତ ଖୁସି । ଛୋଟ ଖୁସି କ'ଣ, ଆଉ ବଡ଼ ଖୁସି କ'ଣ ? ଆନନ୍ଦ ଦେଉଥିବା, ଖୁସି ଦେଉଥିବା ମୁହୂର୍ତ୍ତ ଗୁଡିଏ ଜୀବନରେ ଆସେ ଆଉ ଚାଲିଯାଏ । ଠିକ ସମୟରେ ତାକୁ ଅନୁଭବ କରିବା ପାଇଁ, ସ୍ମୃତି କରି ସାଇତି ରଖିବା ପାଇଁ ସମ୍ବେଦନଶୀଳ ହୃଦୟଟିଏ ଲୋଡ଼ା । ନାତୁଣୀ ନେହାକୁ ବର୍ଷେ ପୁରିଲା ଏଇ ଆଠଦିନ ତଳେ । ଏଯାଏଁ ଚାଲିନି ।- ‘ଚାଲିବ , ଏତେ ବ୍ୟସ୍ତ କାହିଁକି? ତୁ …
ମେଘ ରଙ୍ଗର ସେଇ ଗୁଡିଟି
ଦୂର ଆକାଶରେ ଉଡି ଯାଉଥିଲା ମେଘ ରଙ୍ଗର ସେଇ ଗୁଡିଟି । ଅପଲକ ଆଖିରେ ତାକୁ ଚାହିଁ ରହିଥିଲା ଶିବାନୀ । ଗୁଡିଟିର ସବୁଜ ଲାଞ୍ଜଟି ପବନରେ ହଲି ହଲି, ଝୁଲି ଝୁଲି ଉଠି ଯାଉଥିଲା ଉପରକୁ, ଆହୁରି ଉପରକୁ । ସେ ଗୁଡିଟି ଜାଣେନି ତାର ଭବିଷ୍ୟତ । ଜାଣେନା କେତେ ତାର ଆୟୁଷ । କେଉଁ ମୁହୂର୍ତ୍ତରେ ବି ସେ ଧରାଶାୟୀ ହୋଇପାରେ । ସେ କଥା ନା ସେ ଜାଣେ, ନା ଜାଣିବାକୁ …
ବିବାହ ବାର୍ଷିକୀର ସୁବର୍ଣ ଜୟନ୍ତୀ
- ‘ସକାଳୁ ଦୀପା ତୁମ ସଙ୍ଗେ କଥା ହେବାପାଇଁ ଦୁଇଥର ଫୋନ କରିସାରିଲେଣି’ - ଘରେ ପହଞ୍ଚୁ ପହଞ୍ଚୁ ନୀଳିମା କହିଥିଲା ।- ‘କଣ ପାଇଁ ମତେ ଖୋଜୁଛି ପଚାରିଲନି’ - ସାର୍ଟ ଖୋଲି ହ୍ୟାଙ୍ଗରରେ ଟାଙ୍ଗିଦେଇ ଦୀପକ କହିଲା ।- ‘ମୁଁ କଣ ପଚାରିନି? ସେ ପରା କହିଲେ ଭାଇଙ୍କୁ କହିବି’ - ଅଭିମାନରେ ଥମ୍ ଥମ୍ ହେଉଥିଲା ନୀଳିମାର ମୁହଁ । ବାହାଘରର ସତର ବର୍ଷ ହୋଇଗଲାଣି, ଏବେ ବି ମୁଁ ପର ତୁମ …
ନୀଳ ଲଫାପା
ବାପାଙ୍କ ପୁରୁଣା ବାକ୍ସ ଭିତରୁ ଚିଠି ପୁଳାକ ଧରି ଏପଟ ସେପଟ କରୁଥିଲେ ବୃନ୍ଦାବନ । ସାତ ବର୍ଷ ହେଲାଣି ବାପା ଚାଲିଗଲେଣି । ବୋଉ ଥିଲାବେଳେ ବାପାଙ୍କ ଅବର୍ତ୍ତମାନରେବି ବାପାଙ୍କ ହାତ-ବାକ୍ସରେ ହାତ ମାରି ନଥିଲେ କେହି । ବୋଉ ଯିବାର ତିନିମାସ ହୋଇଗଲାଣି ଏ ଭିତରେ । ବୃନ୍ଦାବନ ଘରର ବଡ଼ପୁଅ । ତାଙ୍କ ତଳକୁ ତଳ ତିନି ଭଉଣୀ । ସାନ ଭାଇ ଚୈତନ୍ୟ ଆଠ ବର୍ଷ ସାନ ହେଲେ ବି ବାପ …
ରୁନି
କୁଢ଼ କୁଢ଼ ବରଫ ଗୁଣ୍ଡ ଉପରେ ନଇଁ ପଡି କଣ ସବୁ ଲେଖି ଚାଲିଥିଲା ରୁନି । ପ୍ରାୟ ଘଣ୍ଟାଏ ହେବ ତୁଷାରପାତ ଚାଲିଛି । ଭରିଯାଇଛି ପୁରା ପାର୍କିଂଗ ଜାଗାଟି । ସେଇଠି ଥୁଆ ହୋଇଥିବା ଗାଡି ଚାରୋଟି ଘୋଡେଇ ହୋଇ ଯାଇଛି ବରଫ ଗୁଣ୍ଡରେ । ଏମିତି ତୁଷାରପାତ ଦେଖିବା ମୋର ଏଇ ପ୍ରଥମ ଅନୁଭୂତି । ସେଥିପାଇଁ ଭାରି ଉତ୍ସାହିତ ଥିଲି ମୁଁ । କିନ୍ତୁ ରୁନିକୁ ଦେଖି ମନେହେଉଥିଲା ମୋ ପରି …
ଗଣ୍ଠି
ସୂତା ଖିଅଟିରେ ଗଣ୍ଠି ପଡିଗଲେ ମଣିଷ ତାକୁ ଖୋଲି ପକେଇବାକୁ ଚେଷ୍ଟା କରେ, କିନ୍ତୁ ସମ୍ପର୍କର ସୂତା ଖିଅ, ଆଉ ସିଏ ଯଦି ଇପ୍ସିତ ହୁଏ, ତେବେ ସେ ଗଣ୍ଠିକୁ ଆହୁରି ବେଶି ବେଶି ବାନ୍ଧି ପକେଇବାକୁ ମନ ଚାହେଁ । ତା ଭିତରେ ବନ୍ଧା ପଡ଼ିଯାଏ ସୂକ୍ଷ୍ମ ହୃଦୟର କିଛି ନିରୁତା ଭଲପାଇବା । ଶୋଇବା ଘର ଦୁଆରକୁ ଆଉଜି ଥକ୍କା ହୋଇ ଠିଆ ହୋଇଥିଲି ମୁଁ । ଦୁଇ ଜଣିଆ ଖଟର ଗୋଟେ …
ଖୋଜି ହେଉଥିବା ସମୟ
ଭାରି କ୍ଲାନ୍ତ ଲାଗୁଥିଲା ନିକିତାକୁ । ଆଜି ସାରା ଦିନ ଖୁବ ଖଟିଛି ସେ । ଲକ୍ ଡାଉନ ପାଇଁ ଘରେ କାମ କରୁଛନ୍ତି ସେମାନେ । କାମର ଚାପ ବେଳେବେଳେ ହୋଇ ଯାଉଛି ମାତ୍ରାଧିକ । ନୂଆ ଚାକିରୀ । ଅଭିଯୋଗ କରିବାର ସାହସ ହୁଏନି । ଆଜି ସେମିତି ବ୍ୟସ୍ତମୟ ଦିନଟିଏ । ଦିନବେଳା ଲଞ୍ଚ ଖାଇବାକୁ ସମୟ ପାଇନି ସେ । ସିଦ୍ଧାର୍ଥବି ଘରୁ କାମ କରୁଛି । ଦାଣ୍ଡ ଘର ଓସାରିଆ …
ରାଜକୁମାରୀ
ଚାଳ ସନ୍ଧିରୁ ଖଣ୍ଡିଆ ବିଡ଼ିଟା କାଢି ନିଆଁ ଲଗେଇଲା ବେଳେ କେମିତି ଗୋଟାଏ ବିରକ୍ତିକର ଫୁଁ ଫୁଁ କାର ଶୁଣା ଯାଉଥିଲା ଅପର୍ତ୍ତି ମୁହଁରୁ । ଏବେ ବି ସେ ଗୁଣୁଗୁଣୁ ହେଉଛି । ଗାଳି ଦେଉଛି ପାରୁକୁ । ଗାଳି ଦେଉଛି ସକାଳୁ ଉଠିଲା ବେଳୁ । ଦଶ ବର୍ଷର ଝିଅ ପାରୁ ତା’ର ଖଣ୍ଡିଆ ଚିରା ଫ୍ରକରେ ହାତ ପୋଛୁ ପୋଛୁ ନୂଆଁଣିଆ ଚାଳଟି ଧରି ଠିଆ ହୋଇଛି । ଅପର୍ତ୍ତିର ଗୁଣୁଗୁଣୁ ଗାଳି …