ରାତି ଗଭୀର ହେଉଥିଲା । ଅସୀମା ଧିରେ ଉଠିଗଲା ଖଟ ଉପରୁ । ଶ୍ରୀମନ୍ତ ଶୋଇପଡିଛନ୍ତି ନିଶ୍ଚିନ୍ତ ନିଦରେ । ଜାହାଜ ଏବେ ମଝି ସମୁଦ୍ରରେ। ସକାଳେ ଲଣ୍ଡନର କୂଳ ଛୁଇଁବେ ସେମାନେ। ଜାହାଜରେ ଏଇଟି ତାର ପ୍ରଥମ ଯାତ୍ରା।ବିଗତ ଚାରିବର୍ଷ ହେବ ଶ୍ରୀମନ୍ତଙ୍କୁ ସେ ଭଲ ପାଉଥିଲା । ସେମାନେ ଯେ ପରସ୍ପରକୁ ପସନ୍ଦ କରୁଛନ୍ତି, ସେକଥା ପରିବାରର ସମସ୍ତେ ଜାଣିଥିଲେ । ଏମିତି ଭାବରେ ଯେ ସେମାନଙ୍କୁ ବାହାହେବାକୁ ପଡିବ, ସେକଥା ଅସୀମା …
ଦୃଷ୍ଟି
ବସ୍ ର ଭିଡ ଭିତରେ ଆକ୍ତାମାକ୍ତା ହୋଇ ବସିବାକୁ ଜାଗାଟିଏ ଖୋଜିଲା ବେଳେ ଆଗପଟ ଅଳ୍ପ ଫାଙ୍କ ଭିତରୁ ତା' ଆଖିରେ ମିଶିଗଲା ମୋ ଆଖି । ସେ ଆଖିରେ ଥିଲା ଏକ ଅପୂର୍ବ ଚମକ । ସେ ଆଖି ଦି'ଟା କେବଳ ଦେଖୁନଥିଲା ମତେ। ନିରେଖୁ ଥିଲା । ସେ ଦୃଷ୍ଟି ଅସ୍ୱାଭାବିକ ଥିଲା ମୋପାଇଁ । ଭିଡ ଭିତରେ ନିଜକୁ ସମ୍ଭାଳିନେଇ ଆଉଜିଗଲି ହାତ ପାଖରେ ଥିବା ଖମ୍ବଟି ଉପରେ । ପ୍ରାଇଭେଟ୍ …
ଅତିଥି
ବାଡିପଟ ଆମ୍ବଗଛରେ ଏ ବର୍ଷ ପ୍ରଥମ ଥର ବଉଳ ଆସିଛି । ପୁରା ଗଛରେ ଖୁନ୍ଦି ହୋଇଯାଇଛି ବଉଳ। ଖଣ୍ଡେ ବାଟଯାଏଁ ଖେଳିବୁଲୁଛି ବାସ୍ନା । ଶଶଧର ଦଉଡିଆ ଖଟଟି ଟେକି ଆଣିଲେ ବାଡିପଟକୁ । ଖଣ୍ଡ ଖଣ୍ଡ ହୋଇ ଛିଣ୍ଡି ପଡିଲାଣି ପୁରୁଣା ଦଉଡି ଗୁତାକ । ଅନେକ ଦିନପରେ ଷ୍ଟୋର ରୁମ୍ ରେ ପଡିଥିବା ସେ ଖଟିଆଟିକୁ ସଜାଡିବାର ଇଚ୍ଛା ଜାଗ୍ରତ ହୋଇଛି ତାଙ୍କ ମନରେ। ଚଉଡା ଧଳା ଦଉଡି ବଦଳରେ ପୁଅ …
ସେ, ମୁଁ ଓ ବର୍ଷା
ଆକାଶରେ କଳା ହାଣ୍ଡିଆ ମେଘ । ରହିରହି ବିଜୁଳୀ ଚମକୁଛି । ଝିପିଝିପି ବର୍ଷା । ବିନା ଛତାରେ ବାହାରିପଡିଲି ବାହାରକୁ । ଏବେ ଏବେ ତିଆରି ହୋଇଥିବା ରାସ୍ତାଟିରେ ଠାଏଠାଏ ପାଣି ଜମିଲାଣି । ପାଖାପାଖି ଯାଉଥିବା ଅଚିହ୍ନା ଭଦ୍ରମହିଳା ସରକାରଙ୍କୁ ଦୋଷଦେବା ଆରମ୍ଭ କରିଦେଲେ । ଟିକିଏ ଆଗପଛ ହେଉହେଉ ଜାଣିଜାଣି ପଛରେ ରହିଗଲି ମୁଁ । ଭଦ୍ରଲୋକ ଜଣେ ପାଖେଇ ଆସିଲେ । ବିନା ଛତାରେ ବାହାରକୁ ବାହାରିବା ଉଚିତ୍ …
ହାତ
ଜାତୀୟ ପତାକାରେ ଘୋଡାହୋଇ ଶଶଧରର ଶବ ଘର ପାଖରେ ପହଁଚିଲା ବେଳକୁ ଆଖପାଖର ପଡୋଶୀ ଓ ନାଁ କରା କିଛି ମିଡିଆ ବାଲା ଜମା ହୋଇଯାଇଥିଲେ ଦାଣ୍ଡରେ । ସମସ୍ତଙ୍କର ଆଖି ଲୁହରେ ଭିଜୁଥିଲା । ଅଞ୍ଜଳି ସ୍ଥାଣୁ ପାଲଟି ଯାଇଥିଲା । ସେ ବାକ୍ସଟା ଥୁଆହୋଇଥିଲା ଠିକ୍ ତାଙ୍କ ଘର ସାମ୍ନାରେ , ସେଇଠି ଯେଉଁଠି ଆଠମାସତଳେ ବୋହୂ ବେଶରେ ସେ ଓହ୍ଲେଇଥିଲା ଆଉ ତା' ପଛେପଛେ ଖସିପଡୁଥିବା ଗଇଁଠାଳକୁ ମୁଠାଇ ଧରି ତରତର …
ଅଭିମାନ
ବସ୍ ଭିତରୁ ଝରକା ବାହାରକୁ ମୁଣ୍ଡ ଗଳାଇ ଲୋକଟିକୁ ଆଉଥରେ ଭଲକରି ଦେଖିନେଲା ଚନ୍ଦ୍ରକାନ୍ତ । ପାହାଡୀ ଚେହେରା । କେଉଁଠାରୁ ଆସିଥିବ ସେ, ହିମାଳୟରୁ ? ସ୍ମିତ ହସଟିଏ ଖେଳିଗଲା ଓଠରେ । ସାଂଗରେ ନେଇଆସିଛି ଜଙ୍ଗଲି ଜଡିବୁଟି । ସେସବୁ ମିଳିବନି ଏଠି । ତା'ରିପାଖରୁ ହିଁ ସଂଗ୍ରହ କରିବାକୁ ହେବ, ପୁଣି ତା'ରି ପରାମର୍ଶରେ । ସତରେ କଣ ସେ ଜଡିବୁଟି ସବୁ ସମସ୍ୟାର ସମାଧାନ କରିପାରେ? ଦେଇପାରେ ଏକ ସୁସ୍ଥ, …
ଉପବାସ
--- "ବୋଉ, ଏ କଂସାବେଲାଟିକୁ ଧରି କାହିଁକି ବସିଛୁ ? ଦେ, ଦେଲୁ ମତେ। ହାଣ୍ଡିଶାଳରେ ରଖିଦେବି"। ଡାକ୍ତରଖାନାରୁ ଆଣିଥିବା ପାଲଟା ଲୁଗାତକ ଗାଧୁଆଘରେ ରଖି ଆସୁଆସୁ, ସଦାନନ୍ଦ କହିଲା ଆଉ ନଇଁପଡି ବେଲାଟି ବୋଉ ହାତରୁ ଧରିନେଲା ।--- "ନାଇଁରେ କାବେଡା, ବେଲାଟା ଏଇଠି ମୋ ପାଖରେ ଥାଉ । କେତେବେଳେ ବି ତୁ ଖବର ନେଇଆସିବୁ ଡାକ୍ତରଖାନାରୁ । ପୁଅଟିଏ ହେଲେ, ଏଇ ବେଲାଟିକୁ ଭୂଇଁରେ କଚାଡି ଭାଙ୍ଗିଦେବାକୁ ପଡିବ ନହେଲେ ପା ନଜର …
ମହକ
‘ଯେତେବେଳେ ସୂର୍ଯ୍ୟଙ୍କର ପହିଲି କିରଣ ଖେଳେଇ ହୋଇପଡେ ଘର ଦୁଆର ଦାଣ୍ଡ ଅଗଣା, ଠିକ ସେତିକି ବେଳେ ତୋ ଜେଜେବାପା ସାଇକେଲରେ ଖବର କାଗଜ ଆଉ କ୍ଷୀର ଝୁଲେଇ ପହଞ୍ଚିଯାଆନ୍ତି ଘରେ’ । 'ଏତେ ସକାଳୁ?' - ହାଇ ମାରୁମାରୁ କହିଲା ବାବୁଲା । 'ହଁ ରେ ବାପା, ଏତେ ସକାଳୁ । ସେତେବେଳକୁ ମୁଁ ପା' ଘର ଦୁଆର ଖରକି, ଗାଧୋଇ ପାଧୋଇ ପୂଜା ଫୁଲ ତୋଳି ସାରିଥାଏ' । 'ଏତେ ସକାଳୁ?' ନାଇଟ୍ …
ସାଥୀ
କାଠିକୁଟା ଜମେଇ ବାଲକୋନୀକୁ ଖୋଲିଥିବା ଝରକା ଉପର ପାରାପେଟ୍ ଉପରେ ପାରାଟି ତା’ର ଘର ଗଢି ସାରିଥିଲା । ମାସେ ପରେ ନିଜ ଘରକୁ ଫେରିଚି ସୁନନ୍ଦା । ବାଲକୋନୀରେ ଇତସ୍ତତଃ ହୋଇ ପଡିଥିବା କାଠିକୁଟା ଓ ପିମ୍ପୁଡ଼ି ଧାର ଲାଗିଥିବା ଖାଦ୍ୟାଂଶକୁ ଦେଖି ଅସଜ ଦେହରେ ନିଶୁଣି ପକେଇ ଚଢିଥିଲା ସେ ପାରାବସାଟିକୁ ଭାଙ୍ଗିଦେବାକୁ ତ ଦୁର୍ବଳିଆ ପାରାଟି ଧଳାଧଳା ଅଣ୍ଡା କେତୋଟି ଉପରେ ବସିଥିବାର ଦେଖିବା ପରେ ସେତକ ସଫାକରି ଫୋପାଡି ଦେବାକୁ ଆଦୌ …
ଚରିତ୍ରହୀନା
ରାସ୍ତା ସେପାଖ ଲାଇବ୍ରେରୀଟିର ଲମ୍ବି ଯାଇଥିବା ପାହଚ ଉପରେ ଏଇ କେଇଦିନ ହେବ ମୁଁ ଦେଖୁଛି ତାକୁ । କିଛି ମାସ ତଳେ ଲାଇବ୍ରେରୀଟିଏ ତିଆରି ହୋଇଛି ଏଠି, ମୋ ଅଫିସର ଅନତି ଦୂରରେ । ଶୁଣିଛି, ଲାଇବ୍ରେରୀଟିକୁ ଗଢ଼ିବା ପଛରେ ଅଛି ବହିକୁ ଭଲ ପାଉଥିବା କେତେଜଣ ମଣିଷଙ୍କ ଉଦ୍ୟମ । ସେମାନଙ୍କ ଭିତରୁ ଜଣଙ୍କଘରେ କାଚ ଆଲାମାରିରେ ସେ ସଜାଡି ରଖୁଥିବା ଅଳ୍ପ କିଛି ବହିକୁ ନେଇ କୁଆଡେ ଆରମ୍ଭ ହୋଇଥିଲା ଏ ଲାଇବ୍ରେରୀଟି …