ମୌସୁମୀ ଓ ସେ ଆଗପଛ ହୋଇ ପହଞ୍ଚିଥିଲେ ମୁମ୍ବାଇରେ। ସିଦ୍ଧାର୍ଥଙ୍କୁ ବାହାଘର ପରେ ହିଁ ଦେଖିଥିଲା ସୁରଭୀ। ହଁ, ଆଗରୁ ଆଭାସୀ ଆଳାପ ହୋଇଥିଲା ତାଙ୍କ ସହ। ଭାରି ହସଖୁସିଆ ଖୋଲା ହୃଦୟର ମଣିଷ ଜଣେ ସେ। ସୁରଭୀର ମେଳାପୀ ସ୍ବଭାବ ସହିତ ସିଦ୍ଧାର୍ଥଙ୍କର ସ୍ବଚ୍ଛମନ ଉଭୟଙ୍କୁ ଏକାଠି ସଂସାର ଗଢିବାର ଉତ୍ସାହ ଦେଇଥିଲା। ବାହାଘର ଦଶମଙ୍ଗଳା ଦିନ ମୁମ୍ବାଇ ଫେରିବା ପାଇଁ ଉଡାଜାହାଜରେ ବସିଲେ ଦୁହେଁ। ସୁରଭୀର ମନରେ ଡେଣା ଲାଗିଥିଲା। ମୌସୁମୀର ଆଗମନରେ …
ସ୍ମୃତି
"ପୁରୁଣା ଟ୍ରଙ୍କଟିକୁ ଫୋପାଡି ଦିଅ ଏଥର। ଚାକିରୀ ଆରମ୍ଭ କରିବା ଦିନୁ ସେ ଆମ ସହ ବୁଲୁଛି ଗୋଟେ ଜାଗାରୁ ଆଉ ଗୋଟେ ଜାଗା । ଅନ୍ୟ ଫର୍ଣ୍ଣିଚର୍ ଗୁଡାକ ସାଙ୍ଗରେ ଆଦୌ ଖାପ ଖାଉନି ସେ। ଏଥର ଭଙ୍ଗା ଜିନିଷପତ୍ର ସହ ଫୋପାଡି ଦେବା ସେ ଦୁଇଟା ଟ୍ରଙ୍କ। ପୁରୁଣା ଦସ୍ତା ଟ୍ରଙ୍କ୍ ଦୁଇଟାର ମୋହ ଏବେ ଛାଡ"। ଅନୁରୋଧ ନୁହେଁ ଆଦେଶ ଦେଉଥିଲେ ରୋହିତାଶ୍ୱ। ତାଙ୍କ କଥାଶୁଣି ସଙ୍କୁଚିତା ହେଲା ଅନୀତା।ବାପଘରୁ ଆସିଲାବେଳେ …
ଖଟି
ଚା' ଖଟିରେ ବସିଥିଲେ ଅବିନାଶ। ଏଇ କେତେଦିନ ହେବ ଖୁବ୍ ସକାଳୁ ନିଦ ଭାଙ୍ଗିଯାଉଛି ତାଙ୍କର। ଯଥାଶୀଘ୍ର ପ୍ରସ୍ତୁତ ହୋଇ ଖଟିକୁ ଚାଲିଆସୁଛନ୍ତି ସେ। ନଟବର ଦୋକାନ ଖୋଲି ଝଡାଝଡି କଲାବେଳକୁ ପହଞ୍ଚି ଯାଉଛନ୍ତି ଅବିନାଶ। ତା' ସହ ମିଶି ଟେକି ଆଣୁଛନ୍ତି ଘୁଣଖିଆ କାଠ ବେଞ୍ଚଟିକୁ ଦୋକାନ ବାହାରକୁ। ସେଇଠି କଣ ପଟକୁ ଡେରି ରଖିଦେଉଛନ୍ତି ହ୍ୟାଣ୍ଡଲ୍ ଖସିଯାଇଥିବା ନୀଳ ରଙ୍ଗର ଅଳିଆ ଡବାଟି। ନଟବର ଚା' ପାଣି ବସେଇଲା ବେଳେ ଅବିନାଶ ଜଣା …
ଶଙ୍ଖଧ୍ୱନି
ଧଡପଡ ହୋଇ ଉଠିବସିଲା ଦୁର୍ଗା। ଆଖି ଆଗରେ ଠିଆ ହୋଇଛି ସେ । ସ୍ମିତ ହସଟିଏ ଖେଳି ବୁଲୁଛି ତା' ଓଠରେ। ହାତ ଧରିନେଇ ପଚାରିଲା,---'ଡରୁଛୁ?'---'ହଁ, ମତେ ଡରିବାକୁ ଶିଖା ହୋଇଛି'। ଧୀରେ ଉତ୍ତର ଫେରେଇଲା ଦୁର୍ଗା।---'କାନ୍ଦୁଛୁ?' - ପୁଣି ପ୍ରଶ୍ନଟିଏ କରି ତା' ମୁହଁକୁ ଚାହିଁ ରହିଛି ସେ।---'ହଁ, ହଁ। କାନ୍ଦିବାକୁ ଶିଖିଛି ମୁଁ ପିଲାଦିନୁ' । ଟିକେ ଉଚ୍ଚ କଣ୍ଠରେ କହିଲା ଦୁର୍ଗା।---'ହସିଲେ ଆକଟ ଶୁଣିଛି । ବଡ ପାଟି କରି କଥା …
ଶ୍ରାବଣ ରାତି
ଟ୍ରଲି ରିକ୍ସାର କାଠପଟା ଉପରେ ଜାକିଜୁକିହୋଇ ବସିଥିଲା ନମ୍ରତା । ଛତା ତଳେ ସାର୍ଥକଙ୍କ ପାଖରେ ଥାଇ ବି ନିର୍ଭୟ ମନେହେଉନଥିଲା ତାକୁ । କିଟମିଟ୍ ଅନ୍ଧାର ରାତି । ବର୍ଷା ବି ଲାଗିରହିଛି । ଝିଂକାରୀର ଝିଁ ଝିଁ ସ୍ୱର ବର୍ଷାରାତିର ଭୟ ବଢାଉଛି ବେଳକୁବେଳ। ରାତ୍ରିଚର ପକ୍ଷୀଟିଏ ଫଡଫଡ ହୋଇ ଉଡିଗଲା ମୁଣ୍ଡ ଉପରଦେଇ । ବର୍ଷାରେ ବାଟ ଭୁଲିଯାଇ ଇତସ୍ତତଃ ଘୂରିବୁଲୁଛି କି ପକ୍ଷୀଟି? ଚମକି ପଡି ସାର୍ଥକଙ୍କୁ ଭିଡି ଧରିଲା …
ଢେଉ
ରାତି ଗଭୀର ହେଉଥିଲା । ଅସୀମା ଧିରେ ଉଠିଗଲା ଖଟ ଉପରୁ । ଶ୍ରୀମନ୍ତ ଶୋଇପଡିଛନ୍ତି ନିଶ୍ଚିନ୍ତ ନିଦରେ । ଜାହାଜ ଏବେ ମଝି ସମୁଦ୍ରରେ। ସକାଳେ ଲଣ୍ଡନର କୂଳ ଛୁଇଁବେ ସେମାନେ। ଜାହାଜରେ ଏଇଟି ତାର ପ୍ରଥମ ଯାତ୍ରା।ବିଗତ ଚାରିବର୍ଷ ହେବ ଶ୍ରୀମନ୍ତଙ୍କୁ ସେ ଭଲ ପାଉଥିଲା । ସେମାନେ ଯେ ପରସ୍ପରକୁ ପସନ୍ଦ କରୁଛନ୍ତି, ସେକଥା ପରିବାରର ସମସ୍ତେ ଜାଣିଥିଲେ । ଏମିତି ଭାବରେ ଯେ ସେମାନଙ୍କୁ ବାହାହେବାକୁ ପଡିବ, ସେକଥା ଅସୀମା …
ଦୃଷ୍ଟି
ବସ୍ ର ଭିଡ ଭିତରେ ଆକ୍ତାମାକ୍ତା ହୋଇ ବସିବାକୁ ଜାଗାଟିଏ ଖୋଜିଲା ବେଳେ ଆଗପଟ ଅଳ୍ପ ଫାଙ୍କ ଭିତରୁ ତା' ଆଖିରେ ମିଶିଗଲା ମୋ ଆଖି । ସେ ଆଖିରେ ଥିଲା ଏକ ଅପୂର୍ବ ଚମକ । ସେ ଆଖି ଦି'ଟା କେବଳ ଦେଖୁନଥିଲା ମତେ। ନିରେଖୁ ଥିଲା । ସେ ଦୃଷ୍ଟି ଅସ୍ୱାଭାବିକ ଥିଲା ମୋପାଇଁ । ଭିଡ ଭିତରେ ନିଜକୁ ସମ୍ଭାଳିନେଇ ଆଉଜିଗଲି ହାତ ପାଖରେ ଥିବା ଖମ୍ବଟି ଉପରେ । ପ୍ରାଇଭେଟ୍ …
ଅତିଥି
ବାଡିପଟ ଆମ୍ବଗଛରେ ଏ ବର୍ଷ ପ୍ରଥମ ଥର ବଉଳ ଆସିଛି । ପୁରା ଗଛରେ ଖୁନ୍ଦି ହୋଇଯାଇଛି ବଉଳ। ଖଣ୍ଡେ ବାଟଯାଏଁ ଖେଳିବୁଲୁଛି ବାସ୍ନା । ଶଶଧର ଦଉଡିଆ ଖଟଟି ଟେକି ଆଣିଲେ ବାଡିପଟକୁ । ଖଣ୍ଡ ଖଣ୍ଡ ହୋଇ ଛିଣ୍ଡି ପଡିଲାଣି ପୁରୁଣା ଦଉଡି ଗୁତାକ । ଅନେକ ଦିନପରେ ଷ୍ଟୋର ରୁମ୍ ରେ ପଡିଥିବା ସେ ଖଟିଆଟିକୁ ସଜାଡିବାର ଇଚ୍ଛା ଜାଗ୍ରତ ହୋଇଛି ତାଙ୍କ ମନରେ। ଚଉଡା ଧଳା ଦଉଡି ବଦଳରେ ପୁଅ …
ସେ, ମୁଁ ଓ ବର୍ଷା
ଆକାଶରେ କଳା ହାଣ୍ଡିଆ ମେଘ । ରହିରହି ବିଜୁଳୀ ଚମକୁଛି । ଝିପିଝିପି ବର୍ଷା । ବିନା ଛତାରେ ବାହାରିପଡିଲି ବାହାରକୁ । ଏବେ ଏବେ ତିଆରି ହୋଇଥିବା ରାସ୍ତାଟିରେ ଠାଏଠାଏ ପାଣି ଜମିଲାଣି । ପାଖାପାଖି ଯାଉଥିବା ଅଚିହ୍ନା ଭଦ୍ରମହିଳା ସରକାରଙ୍କୁ ଦୋଷଦେବା ଆରମ୍ଭ କରିଦେଲେ । ଟିକିଏ ଆଗପଛ ହେଉହେଉ ଜାଣିଜାଣି ପଛରେ ରହିଗଲି ମୁଁ । ଭଦ୍ରଲୋକ ଜଣେ ପାଖେଇ ଆସିଲେ । ବିନା ଛତାରେ ବାହାରକୁ ବାହାରିବା ଉଚିତ୍ …
ହାତ
ଜାତୀୟ ପତାକାରେ ଘୋଡାହୋଇ ଶଶଧରର ଶବ ଘର ପାଖରେ ପହଁଚିଲା ବେଳକୁ ଆଖପାଖର ପଡୋଶୀ ଓ ନାଁ କରା କିଛି ମିଡିଆ ବାଲା ଜମା ହୋଇଯାଇଥିଲେ ଦାଣ୍ଡରେ । ସମସ୍ତଙ୍କର ଆଖି ଲୁହରେ ଭିଜୁଥିଲା । ଅଞ୍ଜଳି ସ୍ଥାଣୁ ପାଲଟି ଯାଇଥିଲା । ସେ ବାକ୍ସଟା ଥୁଆହୋଇଥିଲା ଠିକ୍ ତାଙ୍କ ଘର ସାମ୍ନାରେ , ସେଇଠି ଯେଉଁଠି ଆଠମାସତଳେ ବୋହୂ ବେଶରେ ସେ ଓହ୍ଲେଇଥିଲା ଆଉ ତା' ପଛେପଛେ ଖସିପଡୁଥିବା ଗଇଁଠାଳକୁ ମୁଠାଇ ଧରି ତରତର …