ଚିହ୍ନା ଚିହ୍ନା ଜହ୍ନରାତି

ଗୋଟେପଟେ ସହର, ଆରପଟେ ସାଗର। ସହରର କୋଳାହଳ ଆଉ ସାଗରର ସ୍ୱରକୁ ବିଭକ୍ତ କରି ଗଢି ଉଠିଥିବା ମାରିନ ଡ୍ରାଇଭରେ ବସିଥିଲି ମୁଁ ସାଗରକୁ ମୁହଁ କରି । ଆକାଶରେ ପୂର୍ଣ୍ଣମୀର ଜହ୍ନ  । ଅଚିହ୍ନା ଲାଗୁଥିଲା ଆକାଶ । ଆକାଶ ଆଡୁ ଦୃଷ୍ଟି ଫେରାଉଥିଲି । ଢେଉ ସବୁ ପିଟି ହେଉଥିଲେ ମୋ ପାଦତଳୁ ସମୁଦ୍ର ଯାଏଁ ଲମ୍ବି ଯାଇଥିବା ପଥର ଖଣ୍ଡ ଉପରେ । ମୁଁ ବସିଥିଲି ଚୁପଚାପ । ଶୁଣିବାକୁ ଚେଷ୍ଟା କରୁଥିଲି …

Continue reading ଚିହ୍ନା ଚିହ୍ନା ଜହ୍ନରାତି

ଆରତିର ମାଆ

ସାତଦିନ ହେଲା ପହଞ୍ଚିଲାଣି ଆରତି । ପ୍ରଥମ ଦିନେ ଦୁଇଦିନ ପ୍ରଶ୍ନ ପରେ ପ୍ରଶ୍ନ ପଚାରିଥିଲା ସେ ମତେ । ଅସରନ୍ତି ପ୍ରଶ୍ନ । କ'ଣ ବା ଉତ୍ତର ଦେବି ମୁଁ?  ସବୁ ତ ଠିକ୍ ଠାକ୍ ଥିଲା । ହଠାତ ଏମିତି ହୋଇଯିବ ବୋଲି ମୁଁ ବା କିପରି ଜାଣିବି? ଆରତିକୁ ଦେଇ ପାରୁନଥିଲି ସନ୍ତୋଷଜନକ ଉତ୍ତର । ଆରତି ଅସନ୍ତୁଷ୍ଟ ହେଉଥିଲା । ମୁଁ ବି ହୋଇ ପଡୁଥିଲି ନିରୁପାୟ । ଅସହାୟ ଲାଗୁଥିଲା …

Continue reading ଆରତିର ମାଆ

କେନ୍ଦ୍ରବିନ୍ଦୁରେ ଏକାକୀ

ଶୁଭଙ୍କର ଚୁପ ହୋଇ ଠିଆ ହୋଇଥିଲା ବାପାଙ୍କ ପାଖରେ । ବାପା ଶୋଇଥିଲେ ଧଳା ଚାଦର ଘୋଡ଼ି ହୋଇ ଚିରନିଦ୍ରାରେ । ଆଖିରୁ ତାର  ଝରି ପଡୁଥିଲା ଧାର ଧାର ଲୁହ କୌଣସି ବାଧା ନମାନି । ଭାରି ଅସହାୟ ଲାଗୁଥିଲା । ବାପାଙ୍କର ଖୋଲା ପାପୁଲି ଉପରେ ନିଜର ହାତ ପାପୁଲି ଚାପିନେଇ ତାଙ୍କଠାରୁ ଅଭୟ ଆଶ୍ୱାସନାଟିଏ ସାଉଁଟି ନେବାକୁ ମନ ଚାହୁଁଥିଲା । ବାପାଙ୍କ ହାତ ଏବେବି ତାକୁ ଶକ୍ତ ଦିଶୁଥିଲା, ଆଉ ତା’ …

Continue reading କେନ୍ଦ୍ରବିନ୍ଦୁରେ ଏକାକୀ

ଦୁଦୁରା

ଗାଁ ଶ୍ମଶାନ ଧାରରେ କିଏ କେଜାଣି କେଉଁ ଦିନ ବୁଣି ଦେଇଥିଲା ତା' ମଞ୍ଜି? କି  ଆପେ ଆପେ ଉଠିଛି ସେ ସେଠି ? କାହିଁକି ଏମିତି ଜାଗାଟେ ବାଛିଲା ଯେ ସେ? ଅଭିମାନରେ ମୁହଁ ଫୁଲାଉଥିଲା ଦୁଦୁରା ।  ଭାରି ଅଭିମାନ ହେଉଥିଲା ଭଗବାନଙ୍କ ଉପରେ । ରାଗ ଲାଗୁଥିଲା, କାନ୍ଦ ବି ଲାଗୁଥିଲା । କେତେ ସୁନ୍ଦର ଫୁଲ ତୋଳି ଧରୁଛି ସେ । କାହାଳୀ ପରି କେଡେ ସୁନ୍ଦର ଗଢଣ ତା'ର । …

Continue reading ଦୁଦୁରା

ପରୀ

          ଆଜି ପରୀ ସହିତ ଦେଖାହେଲା ମସ୍କଟର ଏକ ଓଡ଼ିଆ ସମାବେଶରେ । ଦୀପାବଳୀ ଉତ୍ସବ ଉପଲକ୍ଷେ ଓଡ଼ିଆ ସଂସଦ ତରଫରୁ ଏଇ ସମାବେଶର ଆୟୋଜନ କରାଯାଇଥିଲା ମସ୍କଟ ସହରର ଉପକଣ୍ଠରେ । ଆମପାଇଁ ବିଦେଶ ମାଟିରେ ତାହା ପ୍ରଥମ ଓଡ଼ିଆ ବଂଧୁମିଳନ । ଭାରତରୁ ଆସିଥିବା ଆମର ପୂର୍ବ ପରିଚିତ କେବଳ ଚାରୋଟି ଓଡ଼ିଆ ପରିବାର ଛଡା ଆଉ ସମସ୍ତେ ଅପରିଚିତ । ମସ୍କଟ ଆସିବାର ମାତ୍ର ମାସଟିଏ ହୋଇଥାଏ …

Continue reading ପରୀ

ଅସ୍ତିତ୍ୱ

        ଉଡାଜାହାଜର ଝରକା ପାଖ ସିଟରେ ଚାପି ହୋଇ ବସି ବାହାରକୁ ଚାହିଁଥିଲା ମିନାକ୍ଷୀ । ବାହାରେ ମୁମ୍ବାଇର ଚଳଚଞ୍ଚଳ ପୃଥିବୀରୁ ଚେନାଏ । ଉଡାଜାହାଜ ପଡ଼ିଆରେ ଆତଯାତ କିଛି ଲୋକଙ୍କୁ ଦେଖୁଥିଲା ଆଖିଭରି । ସ୍ୱଚ୍ଛ ଝରକା ସେପାଖେ ଆତ୍ମୀୟତାରେ ଭରପୁର ନିଜ ଦେଶର ମୁକ୍ତ ଆଲୋକକୁ ପଛକରି ଆଉ ଟିକକ ପରେ ସେ ଉଡିଯିବ ପରଦେଶକୁ । ଟିକେ ଭୟ, ଟିକେ ଉତ୍ସାହ, ଟିକେ ସଂକୋଚ ଫେଣ୍ଟାଫେଣ୍ଟି ହେଉଥିଲେ ତା’ …

Continue reading ଅସ୍ତିତ୍ୱ

ଗୋଧୂଳି

ଖୁସି ତ ଖୁସି । ଛୋଟ ଖୁସି କ'ଣ, ଆଉ ବଡ଼ ଖୁସି କ'ଣ ? ଆନନ୍ଦ ଦେଉଥିବା, ଖୁସି ଦେଉଥିବା ମୁହୂର୍ତ୍ତ ଗୁଡିଏ ଜୀବନରେ ଆସେ ଆଉ ଚାଲିଯାଏ । ଠିକ ସମୟରେ ତାକୁ ଅନୁଭବ କରିବା ପାଇଁ, ସ୍ମୃତି କରି ସାଇତି ରଖିବା ପାଇଁ ସମ୍ବେଦନଶୀଳ ହୃଦୟଟିଏ ଲୋଡ଼ା ।     ନାତୁଣୀ  ନେହାକୁ ବର୍ଷେ ପୁରିଲା ଏଇ ଆଠଦିନ ତଳେ ।     ଏଯାଏଁ ଚାଲିନି ।- ‘ଚାଲିବ , ଏତେ ବ୍ୟସ୍ତ କାହିଁକି? ତୁ …

Continue reading ଗୋଧୂଳି

ମେଘ ରଙ୍ଗର ସେଇ ଗୁଡିଟି

ଦୂର ଆକାଶରେ ଉଡି ଯାଉଥିଲା  ମେଘ ରଙ୍ଗର ସେଇ ଗୁଡିଟି । ଅପଲକ ଆଖିରେ ତାକୁ ଚାହିଁ ରହିଥିଲା ଶିବାନୀ । ଗୁଡିଟିର ସବୁଜ ଲାଞ୍ଜଟି ପବନରେ ହଲି ହଲି, ଝୁଲି ଝୁଲି ଉଠି ଯାଉଥିଲା ଉପରକୁ, ଆହୁରି ଉପରକୁ । ସେ ଗୁଡିଟି ଜାଣେନି ତାର ଭବିଷ୍ୟତ । ଜାଣେନା କେତେ ତାର ଆୟୁଷ । କେଉଁ ମୁହୂର୍ତ୍ତରେ ବି ସେ ଧରାଶାୟୀ ହୋଇପାରେ । ସେ କଥା ନା ସେ ଜାଣେ, ନା ଜାଣିବାକୁ …

Continue reading ମେଘ ରଙ୍ଗର ସେଇ ଗୁଡିଟି

ବିବାହ ବାର୍ଷିକୀର ସୁବର୍ଣ ଜୟନ୍ତୀ

- ‘ସକାଳୁ ଦୀପା ତୁମ ସଙ୍ଗେ କଥା ହେବାପାଇଁ ଦୁଇଥର ଫୋନ କରିସାରିଲେଣି’ - ଘରେ ପହଞ୍ଚୁ ପହଞ୍ଚୁ ନୀଳିମା କହିଥିଲା ।- ‘କଣ ପାଇଁ ମତେ ଖୋଜୁଛି ପଚାରିଲନି’ - ସାର୍ଟ ଖୋଲି ହ୍ୟାଙ୍ଗରରେ ଟାଙ୍ଗିଦେଇ ଦୀପକ କହିଲା ।- ‘ମୁଁ କଣ ପଚାରିନି? ସେ ପରା କହିଲେ ଭାଇଙ୍କୁ କହିବି’ - ଅଭିମାନରେ ଥମ୍ ଥମ୍ ହେଉଥିଲା ନୀଳିମାର ମୁହଁ । ବାହାଘରର ସତର ବର୍ଷ ହୋଇଗଲାଣି, ଏବେ ବି ମୁଁ ପର ତୁମ …

Continue reading ବିବାହ ବାର୍ଷିକୀର ସୁବର୍ଣ ଜୟନ୍ତୀ

ନୀଳ ଲଫାପା

ବାପାଙ୍କ ପୁରୁଣା ବାକ୍ସ ଭିତରୁ ଚିଠି ପୁଳାକ ଧରି ଏପଟ ସେପଟ କରୁଥିଲେ ବୃନ୍ଦାବନ । ସାତ ବର୍ଷ ହେଲାଣି ବାପା ଚାଲିଗଲେଣି । ବୋଉ ଥିଲାବେଳେ ବାପାଙ୍କ ଅବର୍ତ୍ତମାନରେବି ବାପାଙ୍କ ହାତ-ବାକ୍ସରେ ହାତ ମାରି ନଥିଲେ କେହି । ବୋଉ ଯିବାର ତିନିମାସ ହୋଇଗଲାଣି ଏ ଭିତରେ । ବୃନ୍ଦାବନ ଘରର ବଡ଼ପୁଅ । ତାଙ୍କ ତଳକୁ ତଳ ତିନି ଭଉଣୀ । ସାନ ଭାଇ ଚୈତନ୍ୟ ଆଠ ବର୍ଷ ସାନ ହେଲେ ବି ବାପ …

Continue reading ନୀଳ ଲଫାପା