କାଲି ପରି ଲାଗୁଛି । କେତେ ଶୀଘ୍ର ଏତେ ଗୁଡାଏ ବର୍ଷ ବିତିଗଲା, ଜାଣି ହେଲାନି । ତାକୁ ସେତେବେଳେ କୋଡ଼ିଏ ବର୍ଷ ହୋଇଥିଲା । ଏବେ ସତେଇଶ ହେଲାଣି । ଭୁବନେଶ୍ୱର ଆସିବା ସାତ ବର୍ଷ ହୋଇଗଲାଣି ଏ ଭିତରେ । କେଜାଣି କାହିଁକି, ଆଜି ସେଇ ଦିନ ଗୁଡ଼ାକ ଖୁବ୍ ମନେପଡୁଛି; ମନେପଡୁଛି ସେଇ ଦିନଟି, ଯେଉଁଦିନ ଅସୁସ୍ଥ ମାଆକୁ ନେଇ ପ୍ରଥମଥର ପାଇଁ ସେ ଆସିଥିଲା ରାଜଧାନୀ ଭୁବନେଶ୍ୱରକୁ । ଗାଁରୁ ଆସି …
ଘର
‘ଆଉ କେତେ ସମୟ ଲାଗିବ ଘରେ ପହଞ୍ଚିବାକୁ?’ - ନୀଳିମା ଜୋରରେ ହଲେଇଦେଇ ପଚାରିଲା ରଘୁନାଥକୁ । ନିଦ ମଳ ମଳ ଆଖିରେ ବସ୍ ର ଝରକା ବାହାରକୁ ମୁଣ୍ଡ ଗଳେଇ ରଘୁନାଥ ଦେଖୁଥିଲା ସେମାନେ କେଉଁଠି ପହଞ୍ଚିଲେଣି । ନୀଳିମା ଏଥର ଟିକେ ଉଚ୍ଚ ଗଳାରେ କହିଲା, ‘ଏଇଟା କୋଉ ଜାଗା? ଘର ଆଉ କେତେବାଟ?’ ଚିଡିଗଲା ରଘୁନାଥ । ଝରକାର କୁନି ଫାଙ୍କ ଭିତରୁ ସେ ଯେ ଜାଗାଟି ଠଉରେଇ ପାରୁନି, ସେକଥା ନ …
କୁହୁଡି
ରୂପାଲୀ ଚୁପ୍ ଚାପ୍ ଚାଲିଥିଲା ରଙ୍କନିଧି ପଛେପଛେ । କିଟିକିଟି ଅନ୍ଧାର ଭିତରେ ରଙ୍କନିଧିର ମିଞ୍ଜି ମିଞ୍ଜି ଟର୍ଚ୍ଚ ଆଲୁଅ ସେମାନଙ୍କୁ ରାସ୍ତା କଢାଇ ନେଉଥିଲା । ଲମ୍ବପାଦରେ ଚାଲୁଥିବା ରଙ୍କନିଧିପଛରେ ଏକ ରକମ ଦୌଡୁଥିଲା ରୂପାଲୀ। ଧଇଁ ସଇଁ ହୋଇପଡୁଥିଲା ସେ । ରଙ୍କନିଧି ସହ ପାଦରେ ପାଦ ମିଳାଇ ଚାଲିବାକୁ ପିଲାଦିନରୁ ସବୁବେଳେ ଚାହିଁ ରହିଥିବା ରୂପାଲୀ ସେଇଦିନ ଗୁଡ଼ିକ ପରି ଆଜିବି ଦୌଡ଼ୁଥିଲା ତା' ପଛରେ । ଖୁବ୍ ହାଲିଆ ଲାଗୁଥିଲା ରୂପାଲୀକୁ …
ଆଖି
ଆଖି କଥା କହେ । କେତେବେଳେ ଜୀବନର କଥା ତ କେବେ ଯନ୍ତ୍ରଣାର । ଯେତେ ମଣିଷ ସେତେ ଦୃଷ୍ଟି । ଆଖିରେ ଥାଏ ମଣିଷ ଚରିତ୍ରର ପ୍ରତିବିମ୍ବ । ଆଖି ଦେଖେ ପୁଣି କହେ ସେଇସବୁ କଥା । ସ୍ନେହ ପ୍ରେମ ଓ ଭଲ ପାଇବାର କଥା । କେବେ ପୁଣି ସେଇ ଦୃଷ୍ଟି ଭାଙ୍ଗି ରୁଜି ଛାରଖାର କରିଦିଏ ସବୁ କିଛି । ଗୋଟିଏ ଆଖି, ଅନେକ ଦୃଷ୍ଟି । ସ୍କେଚ୍ ୧ ଚୁଇଁ …
ଛତା
ଛତା, ବିଶ୍ୱାସର ଛାତଟିଏ । ସିଏ ମୁଣ୍ଡ ଉପରେ ଅଛି ତ ରୋକିନେବ ବର୍ଷାର ଟୋପାଟିକୁ - ସେ ବର୍ଷା ଲୁହର ହେଉ ବା ଆଷାଢ଼ର। ମର୍ଣିଂୱାକ୍ ସାରି ବାପା ଫେରୁଥିଲେ । ହାତରେ ଧରିଥିଲେ ପୁରୁଣା ରଙ୍ଗଛଡା ମାଟିଆ ଛତାଟେ । ଦୁର୍ବଳ ହୋଇଗଲେଣି ବାପା। ନିଷ୍ପ୍ରଭ ଦିଶୁଥିଲେ ସେ - ଛତାଟି ପରି ଟିକେ ପୁରୁଣା, ଟିକେ ଲୋଚା କୋଚା - ସଂସାର ଚାପରେ । ଦାଣ୍ଡ ଘରେ କଣିକିଆ ଖଟଟି ଉପରେ ଗଡୁଥିଲି …
ଆଞ୍ଜୁଳାଏ ସ୍ମୃତି
ଅଫିସ୍ ଟେବୁଲ୍ ଡ୍ରୟର୍ ଭିତରେ ଦ୍ରାକ୍ଷାର ଫଟୋଟିକୁ କେବେ ରଖିଥିଲେ ସେ ? ନୀଳାଦ୍ରିଙ୍କ କପାଳରେ ବିନ୍ଦୁ ବିନ୍ଦୁ ଝାଳ । ଚଉତିରିଶ ବର୍ଷ ବିତିଗଲାଣି ଏ ଭିତରେ । ସେଇ ଏକା ଅଫିସ୍ ରେ, ଏକା ଡେସ୍କରେ । ଏମିତି ବୋଧହୁଏ ଅଳ୍ପ କିଛି ଲୋକଙ୍କ ଭାଗ୍ୟରେ ଘଟୁଥିବ!! କାହା ଭାଗ୍ୟରେ ଘଟୁଥିବ କି ନା କେଜାଣି !! ନୀଳାଦ୍ରି ଫଟୋଟିକୁ ଡ୍ରୟର୍ ରୁ କାଢି ହାତରେ ଧରିଲେ କିଛି ସମୟ । ଫଟୋରେ ଥାଇ …
ପଞ୍ଜୁରି
ଆଙ୍ଗୁଠିରୁ ନିର୍ବନ୍ଧ ମୁଦିଟି କେତେବେଳେ ଖସି ପଡ଼ିଲା ମୁଁ ଜାଣି ପାରିନଥିଲି । ଆଜି ଶେଷ ଦିନ ପରୀକ୍ଷା ଥିଲା । ଅନର୍ସ ଶେଷ ପେପର୍ । ଇଂରାଜୀ ଅନର୍ସ ନେଇ ପଢ଼ିବାକୁ ଉତ୍ସାହିତ କରିଥିବା ମୋ ବାପା ଏବେ ସ୍ୱର୍ଗରେ । ବଡବାପାଙ୍କ ଇଚ୍ଛାର ଦାସ ଆମେ ସମସ୍ତେ – ବୋଉ, ଭାଇ ଆଉ ମୁଁ । ଭାଇ ଖୁବ୍ ଚାହୁଁଥିଲା ମୁଁ ଆଗକୁ ପଢେ, ବହୁତ୍ ନାଁ କମାଏ - ମୋର ସବୁ ଆଶା …
ପାଦଟିଏ ପଛକୁ …..
ବାଲିଘରଟିକୁ ଆଉଟିକେ ସଜାଡି ନେଇ ସୁରମା ଚାହିଁଲା ସୁବଳ ଆଡ଼କୁ । ତାର ସରଳ କୋମଳ ନିରୀହ ଆଖିରେ ଆଖିଏ ସ୍ବପ୍ନ । ସୁବଳ ହସିଲା ଟିକେ, କହିଲା-"ମୁଁ ବଡ ହୋଇଗଲେ ତତେ ବାହା ହେବି" । କୁନି ଛାତିରେ ଛାତିଏ ବିଶ୍ୱାସ ତା' କଣ୍ଠ ସ୍ବରକୁ ଗମ୍ଭୀର କରିଥିଲା ।ସୁରମା ହସିଲା ଏଥର ହିଁ ହିଁ ହୋଇ । ଶବ୍ଦ କରି ।-"ଧେତ୍, ତୁ ଆଗ ବଡ଼ ହୋଇଯାଆ "।ଦୁହେଁ ନଇଁ ପଡ଼ିଥିଲେ ଏବେ ଏବେ …
ମିଠା ସ୍ୱର
ପାଣି ଗ୍ଲାସ୍ ଟା ଟେବୁଲ୍ ଉପରେ ଏକରକମ କଚି ଦେଇ ସୁରୁଚି ଦୁମ୍ ଦୁମ ହୋଇ ଚାଲିଗଲେ ରୋଷେଇ ଘର ଭିତରକୁ । ବାବାରେ ଆଜି କଣ ଏତେ ରାଗ ! ଅଫିସ ଯିବାକୁ ପ୍ରସ୍ତୁତ ହେଉଥିଲି ମୁଁ । ଶ୍ରୀମତୀଙ୍କ ରାଗ ଦେଖି ନଦେଖିଲା ପରି ଜଳଖିଆ ଖାଇବାରେ ମନ ଦେଲି । ସୁରୁଚି ଚୂଲି ପାଖରେ ପ୍ଲାଟଫର୍ମ ଉପରେ ରଖିଥିବା ଫୋନ୍ ଟିକୁ ଉଠେଇ ଆଣି ମୋ ଆଡକୁ ଆସୁଥିଲେ ହଠାତ୍ ରହିଯାଇ ପଛକୁ …
ପ୍ରତୀକ୍ଷା
"ଛୁଆଟେ - ସେ ଅବା କଣ ବୁଝିବ?" - ବାପାଙ୍କ ସ୍ୱର ନରମ ଶୁଣା ଯାଉଥିଲା ।ମାଆ ବୋଧହୁଏ ବୁଝୁନଥିଲେ । ବିରକ୍ତି ତାଙ୍କ ସ୍ୱରକୁ ଅଧିକ ଋକ୍ଷ କରିଦେଉଥିଲା ।ପୀହୁ ଦୁଇ ହାତରେ ବନ୍ଦକରିଦେଲା କାନ । ଉଦାସ ହୋଇ ଯାଉଥିଲା ତା' ମନ । ଆଖିରେ ଚିକ୍ ମିକ୍ ହେଉଥିଲା ଲୁହ ଦି' ଟୋପା । ଫ୍ରକ୍ ର ଘେରକୁ ଉଠେଇ ନେଇ ଆଖି କୋଣରୁ ଲୁହତକ ପୋଛି ନେଲା ସେ । ଏଥର …