ସାତଦିନ ହେଲା ପହଞ୍ଚିଲାଣି ଆରତି । ପ୍ରଥମ ଦିନେ ଦୁଇଦିନ ପ୍ରଶ୍ନ ପରେ ପ୍ରଶ୍ନ ପଚାରିଥିଲା ସେ ମତେ । ଅସରନ୍ତି ପ୍ରଶ୍ନ । କ'ଣ ବା ଉତ୍ତର ଦେବି ମୁଁ? ସବୁ ତ ଠିକ୍ ଠାକ୍ ଥିଲା । ହଠାତ ଏମିତି ହୋଇଯିବ ବୋଲି ମୁଁ ବା କିପରି ଜାଣିବି? ଆରତିକୁ ଦେଇ ପାରୁନଥିଲି ସନ୍ତୋଷଜନକ ଉତ୍ତର । ଆରତି ଅସନ୍ତୁଷ୍ଟ ହେଉଥିଲା । ମୁଁ ବି ହୋଇ ପଡୁଥିଲି ନିରୁପାୟ । ଅସହାୟ ଲାଗୁଥିଲା …
କେନ୍ଦ୍ରବିନ୍ଦୁରେ ଏକାକୀ
ଶୁଭଙ୍କର ଚୁପ ହୋଇ ଠିଆ ହୋଇଥିଲା ବାପାଙ୍କ ପାଖରେ । ବାପା ଶୋଇଥିଲେ ଧଳା ଚାଦର ଘୋଡ଼ି ହୋଇ ଚିରନିଦ୍ରାରେ । ଆଖିରୁ ତାର ଝରି ପଡୁଥିଲା ଧାର ଧାର ଲୁହ କୌଣସି ବାଧା ନମାନି । ଭାରି ଅସହାୟ ଲାଗୁଥିଲା । ବାପାଙ୍କର ଖୋଲା ପାପୁଲି ଉପରେ ନିଜର ହାତ ପାପୁଲି ଚାପିନେଇ ତାଙ୍କଠାରୁ ଅଭୟ ଆଶ୍ୱାସନାଟିଏ ସାଉଁଟି ନେବାକୁ ମନ ଚାହୁଁଥିଲା । ବାପାଙ୍କ ହାତ ଏବେବି ତାକୁ ଶକ୍ତ ଦିଶୁଥିଲା, ଆଉ ତା’ …
ଦୁଦୁରା
ଗାଁ ଶ୍ମଶାନ ଧାରରେ କିଏ କେଜାଣି କେଉଁ ଦିନ ବୁଣି ଦେଇଥିଲା ତା' ମଞ୍ଜି? କି ଆପେ ଆପେ ଉଠିଛି ସେ ସେଠି ? କାହିଁକି ଏମିତି ଜାଗାଟେ ବାଛିଲା ଯେ ସେ? ଅଭିମାନରେ ମୁହଁ ଫୁଲାଉଥିଲା ଦୁଦୁରା । ଭାରି ଅଭିମାନ ହେଉଥିଲା ଭଗବାନଙ୍କ ଉପରେ । ରାଗ ଲାଗୁଥିଲା, କାନ୍ଦ ବି ଲାଗୁଥିଲା । କେତେ ସୁନ୍ଦର ଫୁଲ ତୋଳି ଧରୁଛି ସେ । କାହାଳୀ ପରି କେଡେ ସୁନ୍ଦର ଗଢଣ ତା'ର । …
ପରୀ
ଆଜି ପରୀ ସହିତ ଦେଖାହେଲା ମସ୍କଟର ଏକ ଓଡ଼ିଆ ସମାବେଶରେ । ଦୀପାବଳୀ ଉତ୍ସବ ଉପଲକ୍ଷେ ଓଡ଼ିଆ ସଂସଦ ତରଫରୁ ଏଇ ସମାବେଶର ଆୟୋଜନ କରାଯାଇଥିଲା ମସ୍କଟ ସହରର ଉପକଣ୍ଠରେ । ଆମପାଇଁ ବିଦେଶ ମାଟିରେ ତାହା ପ୍ରଥମ ଓଡ଼ିଆ ବଂଧୁମିଳନ । ଭାରତରୁ ଆସିଥିବା ଆମର ପୂର୍ବ ପରିଚିତ କେବଳ ଚାରୋଟି ଓଡ଼ିଆ ପରିବାର ଛଡା ଆଉ ସମସ୍ତେ ଅପରିଚିତ । ମସ୍କଟ ଆସିବାର ମାତ୍ର ମାସଟିଏ ହୋଇଥାଏ …
ଅସ୍ତିତ୍ୱ
ଉଡାଜାହାଜର ଝରକା ପାଖ ସିଟରେ ଚାପି ହୋଇ ବସି ବାହାରକୁ ଚାହିଁଥିଲା ମିନାକ୍ଷୀ । ବାହାରେ ମୁମ୍ବାଇର ଚଳଚଞ୍ଚଳ ପୃଥିବୀରୁ ଚେନାଏ । ଉଡାଜାହାଜ ପଡ଼ିଆରେ ଆତଯାତ କିଛି ଲୋକଙ୍କୁ ଦେଖୁଥିଲା ଆଖିଭରି । ସ୍ୱଚ୍ଛ ଝରକା ସେପାଖେ ଆତ୍ମୀୟତାରେ ଭରପୁର ନିଜ ଦେଶର ମୁକ୍ତ ଆଲୋକକୁ ପଛକରି ଆଉ ଟିକକ ପରେ ସେ ଉଡିଯିବ ପରଦେଶକୁ । ଟିକେ ଭୟ, ଟିକେ ଉତ୍ସାହ, ଟିକେ ସଂକୋଚ ଫେଣ୍ଟାଫେଣ୍ଟି ହେଉଥିଲେ ତା’ …
ଗୋଧୂଳି
ଖୁସି ତ ଖୁସି । ଛୋଟ ଖୁସି କ'ଣ, ଆଉ ବଡ଼ ଖୁସି କ'ଣ ? ଆନନ୍ଦ ଦେଉଥିବା, ଖୁସି ଦେଉଥିବା ମୁହୂର୍ତ୍ତ ଗୁଡିଏ ଜୀବନରେ ଆସେ ଆଉ ଚାଲିଯାଏ । ଠିକ ସମୟରେ ତାକୁ ଅନୁଭବ କରିବା ପାଇଁ, ସ୍ମୃତି କରି ସାଇତି ରଖିବା ପାଇଁ ସମ୍ବେଦନଶୀଳ ହୃଦୟଟିଏ ଲୋଡ଼ା । ନାତୁଣୀ ନେହାକୁ ବର୍ଷେ ପୁରିଲା ଏଇ ଆଠଦିନ ତଳେ । ଏଯାଏଁ ଚାଲିନି ।- ‘ଚାଲିବ , ଏତେ ବ୍ୟସ୍ତ କାହିଁକି? ତୁ …
ମେଘ ରଙ୍ଗର ସେଇ ଗୁଡିଟି
ଦୂର ଆକାଶରେ ଉଡି ଯାଉଥିଲା ମେଘ ରଙ୍ଗର ସେଇ ଗୁଡିଟି । ଅପଲକ ଆଖିରେ ତାକୁ ଚାହିଁ ରହିଥିଲା ଶିବାନୀ । ଗୁଡିଟିର ସବୁଜ ଲାଞ୍ଜଟି ପବନରେ ହଲି ହଲି, ଝୁଲି ଝୁଲି ଉଠି ଯାଉଥିଲା ଉପରକୁ, ଆହୁରି ଉପରକୁ । ସେ ଗୁଡିଟି ଜାଣେନି ତାର ଭବିଷ୍ୟତ । ଜାଣେନା କେତେ ତାର ଆୟୁଷ । କେଉଁ ମୁହୂର୍ତ୍ତରେ ବି ସେ ଧରାଶାୟୀ ହୋଇପାରେ । ସେ କଥା ନା ସେ ଜାଣେ, ନା ଜାଣିବାକୁ …
ବିବାହ ବାର୍ଷିକୀର ସୁବର୍ଣ ଜୟନ୍ତୀ
- ‘ସକାଳୁ ଦୀପା ତୁମ ସଙ୍ଗେ କଥା ହେବାପାଇଁ ଦୁଇଥର ଫୋନ କରିସାରିଲେଣି’ - ଘରେ ପହଞ୍ଚୁ ପହଞ୍ଚୁ ନୀଳିମା କହିଥିଲା ।- ‘କଣ ପାଇଁ ମତେ ଖୋଜୁଛି ପଚାରିଲନି’ - ସାର୍ଟ ଖୋଲି ହ୍ୟାଙ୍ଗରରେ ଟାଙ୍ଗିଦେଇ ଦୀପକ କହିଲା ।- ‘ମୁଁ କଣ ପଚାରିନି? ସେ ପରା କହିଲେ ଭାଇଙ୍କୁ କହିବି’ - ଅଭିମାନରେ ଥମ୍ ଥମ୍ ହେଉଥିଲା ନୀଳିମାର ମୁହଁ । ବାହାଘରର ସତର ବର୍ଷ ହୋଇଗଲାଣି, ଏବେ ବି ମୁଁ ପର ତୁମ …
ନୀଳ ଲଫାପା
ବାପାଙ୍କ ପୁରୁଣା ବାକ୍ସ ଭିତରୁ ଚିଠି ପୁଳାକ ଧରି ଏପଟ ସେପଟ କରୁଥିଲେ ବୃନ୍ଦାବନ । ସାତ ବର୍ଷ ହେଲାଣି ବାପା ଚାଲିଗଲେଣି । ବୋଉ ଥିଲାବେଳେ ବାପାଙ୍କ ଅବର୍ତ୍ତମାନରେବି ବାପାଙ୍କ ହାତ-ବାକ୍ସରେ ହାତ ମାରି ନଥିଲେ କେହି । ବୋଉ ଯିବାର ତିନିମାସ ହୋଇଗଲାଣି ଏ ଭିତରେ । ବୃନ୍ଦାବନ ଘରର ବଡ଼ପୁଅ । ତାଙ୍କ ତଳକୁ ତଳ ତିନି ଭଉଣୀ । ସାନ ଭାଇ ଚୈତନ୍ୟ ଆଠ ବର୍ଷ ସାନ ହେଲେ ବି ବାପ …
ରୁନି
କୁଢ଼ କୁଢ଼ ବରଫ ଗୁଣ୍ଡ ଉପରେ ନଇଁ ପଡି କଣ ସବୁ ଲେଖି ଚାଲିଥିଲା ରୁନି । ପ୍ରାୟ ଘଣ୍ଟାଏ ହେବ ତୁଷାରପାତ ଚାଲିଛି । ଭରିଯାଇଛି ପୁରା ପାର୍କିଂଗ ଜାଗାଟି । ସେଇଠି ଥୁଆ ହୋଇଥିବା ଗାଡି ଚାରୋଟି ଘୋଡେଇ ହୋଇ ଯାଇଛି ବରଫ ଗୁଣ୍ଡରେ । ଏମିତି ତୁଷାରପାତ ଦେଖିବା ମୋର ଏଇ ପ୍ରଥମ ଅନୁଭୂତି । ସେଥିପାଇଁ ଭାରି ଉତ୍ସାହିତ ଥିଲି ମୁଁ । କିନ୍ତୁ ରୁନିକୁ ଦେଖି ମନେହେଉଥିଲା ମୋ ପରି …