- ‘ତୋ ନାଁ କଣ’? - ବଡ ସନ୍ତର୍ପଣରେ ତା'କୁ ପଚାରିଲା ଶିଉଳି ।ଟିକେ ଛେପଗିଳି ସ୍ୱର ନିମ୍ନ କରି ସେ କହିଲା, 'ମୋର ସତ ନାଁ’?- 'ମାନେ?' ବିସ୍ମୟ ଭରିଯାଇଥିଲା ଶିଉଳିର ସ୍ୱରରେ ।ହସିଦେଇ ଝିଅଟି କହିଲା, - ‘ସମସ୍ତେ ଡାକନ୍ତି ବାଉଁଶ ରାଣୀ । ସେଇ ନାଁ ରେ ତୁ ବି ଡାକି ପାରିବୁ ମତେ । ହେଲେ ମୋର ପ୍ରକୃତ ନାଁ ହେଲା ରାଣୀ । ରାଣୀ ମାନେ ଜାଣିଛୁ’? କହିଦେଇ କିରି …
Author: Suchitra Mishra
ପରିସୀମା
ଟ୍ରେନରେ ଚଢିବା ବେଳକୁ ଭାରି ହାଲିଆ ଲାଗୁଥିଲା ନିରଞ୍ଜନଙ୍କୁ । ଗତ ଆଠଦିନ ହେଲା ଖୁବ୍ ପରିଶ୍ରମ କରିଛନ୍ତି ସେ । ମୁମ୍ବାଇରୁ ଆସି ପହଞ୍ଚିବା ପରେ ଟିକେ ମଧ୍ୟ ବିଶ୍ରାମନନେଇ ସେଇ ପ୍ରଥମ ଦିନରୁ ହିଁ ଲାଗିଯାଇଥିଲେ କାମରେ । ପ୍ରଥମେ ଲୋକ ଠିକ୍ କରିବା, ତା'ପରେ ବାଲି ସିମେଣ୍ଟ ସବୁ ଯୋଗାଡ - ତାଙ୍କୁ ହିଁ କରିବାକୁ ହେଲା । ଛୋଟ କାମଟେ ବୋଲି କେହି କରିବାକୁ ଆଗ୍ରହ କଲେନି । ନିରଞ୍ଜନ ବିବ୍ରତ …
ମାଟିର ମହକ
ବାରିପଟେ ଅରାଏ ମାଟି ଜାଗା ଦେଖି ଖୁସି ହୋଇଯାଇଥିଲେ ବୈଦେହୀ । ମୁମ୍ବାଇର ଫ୍ଲାଟ୍ ଘରେ ପଇଁତିରିଶ ବର୍ଷର ରହଣିପରେ ଏଇ ସାତ ଦିନ ହେଲା ଭୁବନେଶ୍ୱର ଫେରି ଆସିଛନ୍ତି ସେମାନେ । ଭୁବନେଶ୍ୱରରେବି ସେଇ କଂକ୍ରିଟ ଜଙ୍ଗଲ । ବଡ ବଡ ଆପର୍ଟମେଣ୍ଟ ମୁଣ୍ଡ ଟେକି ଠିଆ ହୋଇଛି ଚାରିଆଡେ । କେମିତି କେଜାଣି ଏଇ ଘରଟି କଥା ମନେ ପଡ଼ିଗଲା ଜଣେ ବନ୍ଧୁଙ୍କର । ଭଡାରେ ଘରଟି ଦେବାକୁ ଲୋକ ଖୋଜୁଥିଲେ ଘର ମାଲିକ …
ସ୍ପର୍ଶ
ସ୍ଵଳ୍ପ ସମୟ ପାଇଁ ସ୍ମୃତିହ୍ରାସ ହେଉଥିଲା ତାଙ୍କର । ସେଇ କିଛି ସମୟ ପାଇଁ ଅତୀତକୁ ଫେରି ଯାଉଥିଲେ ସେ । ଭୁଲି ଯାଉଥିଲେ ନିଜକୁ । ପର-ଆପଣା ସବୁକିଛି ପାଶୋରି ଯାଇ କେଉଁ ଏକ ନିଆରା ଜଗତରେ ବିଚରଣ କରୁଥିଲେ ଯେମିତି । ଅତୀତର ସ୍ମୃତି ଆବୋରି ବସୁଥିଲା ବର୍ତ୍ତମାନକୁ । ସମସ୍ତେ ଲାଗୁଥିଲେ ନିଜର । ନିଜ ଲୋକ ମାନଙ୍କୁ ଦେଖିବାର, ପାଖରେ ପାଇବାର ଅସମ୍ଭବ ଲାଳସା ତାଙ୍କୁ ଏମିତି ଏକ ନୂଆ ପରିବେଶକୁ …
ରୂପାଜହ୍ମ
ଜଟି ତାର ବଙ୍କା ଗୋଡ଼ରେ ଛୋଟେଇ ଛୋଟେଇ ଦୁଆର ଖୋଲି ପଶିଯାଇଥିଲା ଘର ଭିତରକୁ । ବାହାରେ ଛାଡ଼ିଦେଇ ଆସିଥିଲା ପୁନେଇଁ ଜହ୍ନକୁ, ବିଛେଇ ହୋଇ ପଡ଼ିଥିବା ସ୍ନିଗ୍ଧ, ମୁଗ୍ଧ ଜହ୍ନାଲୋକ ସହ ରୂପାଲିକୁ । ପିଠିର ବିରାଟ କୁବ୍ଜଟି ଧନୁପରି ବଙ୍କେଇ ରଖିଛି ତାକୁ । ପାଞ୍ଚଫୁଟର ମଣିଷଟିଏ ହୋଇଥିଲେବି ମୋଡିମାଡି ହୋଇ ତିନିଫୁଟ ଦିଶୁଛି ସେ । ସେନେଇ ତା’ ମନରେ ଦୁଃଖ ନାହିଁ ବୋଲି ଯେତେ କହିଲେ ବି ତା’ର ଅସହାୟ ମନର …
ଡୋରି
ବସକୁ ଅପେକ୍ଷା କରି ସେତେବେଳକୁ ଖୁବ ହାଲିଆ ହୋଇ ଯାଇଥିଲି ମୁଁ । ନୀଳମାଧବ ଦର୍ଶନ ଆଶାୟୀ ମନଟିର ସମସ୍ତ ଉଛ୍ୱାସ ଧିରେ ଧିରେ ମଉଳି ଯାଉଥିଲା । ମିତା ତଥାପି କ୍ଲାନ୍ତ ହୋଇନଥିଲା । 'ଆଉଟିକେ ଅପେକ୍ଷା କରିବା ନାନୀ' - ମିତା ସ୍ୱରରେ ଏମିତି କ’ଣ ଥିଲା କେଜାଣି, ତାହା ମୋ ଭିତରର କ୍ଲାନ୍ତିକୁ ଅପସାରିତ କରି ସେଇଠି ଠିଆ ହୋଇ ବସକୁ ଅପେକ୍ଷା କରିବାର ସାହସ ଜୁଟେଇଥିଲା ମନରେ । ମିତା ମୋ ପାଖକୁ ଆସିବାର ପ୍ରଥମ ଦୁଇଦିନ …
ମୁକ୍ତି
- ‘ଅନୁପ ଚାଲିଗଲା – ମୁକ୍ତି ପାଇଗଲା ଜାଣ', ଦୀର୍ଘଶ୍ଵାସ ସହ ବିରୁପାକ୍ଷଙ୍କର ଏ ସ୍ଵଗତୋକ୍ତି ଦୋହଲାଇଦେଲା ଲୋପିତାକୁ । ଡେରି ରାତିରେ ହସ୍ପିଟାଲରୁ ଫେରି ହ୍ୟାଙ୍ଗରରେ ଟଙ୍ଗାଇଥିବା ସେଇ ପୁରୁଣା ଟି’ ସାର୍ଟଟି ଦେହରେ ଗଳାଇଦେଇ ସକାଳୁ ସକାଳୁ ତରତର ହୋଇ ପୁଣିଥରେ ହସ୍ପିଟାଲ ବାହାରିଗଲେ ବିରୁପାକ୍ଷ । ଲୋପିତା ଥକ୍କା ହୋଇ ବସିଗଲା ଖଟ ଉପରେ । 'ମୁକ୍ତି ପାଇଗଲା' - ଶବ୍ଦ ଦୁଇଟି ବାରମ୍ବାର ହୃଦୟର ନିଭୃତ କୋଣରେ ପ୍ରତିଧ୍ବନିତ ହେବାକୁ ଲାଗିଲା …
ମୁଦା ଲଫାପା
'ଏ ସପନି ବୋଉ, କ'ଣ ଶୋଇପଡିଲୁ କି?' - ଡାକି ଡାକି ଘର ଭିତରକୁ ପଶି ଆସୁଥିବା ପାର୍ବତୀକୁ ଭଲକରି ଦେଖିପାରୁନଥିଲା କେତକୀ । ଆଖିକି କେମିତି ଜାଲୁ ଜାଲୁଆ ଦିଶୁଛି । ବେଳକୁ ବେଳ ବେଶୀବେଶୀ ଖରାପ ହୋଇ ଯାଉଛି ଆଖି । ପନ୍ଦର ଦିନ ତଳେ ପୁଅ-ବୋହୂ ଆସିଥିଲେ । ସପନା କେତେକରି ଡାକୁଥିଲା ସାଙ୍ଗରେ ଯିବାକୁ । କାହିଁକି କେଜାଣି ଆଦୌ ଇଚ୍ଛା ହେଲାନି ତା’ ସହିତ ଗାଁ ଛାଡି ସହରରେ ଯାଇ …
ନିୟତି
ନିୟତି ଆଜି ଅନେକ ଦିନପରେ ଫେସବୁକ ଖୋଲିଲା । ଅପ୍ରକୃତ ଇଣ୍ଟରନେଟ-ସମାଜର ଦଲକାଏ ହାଲୁକା ପବନ ଛୁଇଁଗଲା ମନ ପ୍ରାଣକୁ। ଏ ଏକ ଅଦ୍ଭୁତ ରାଜ୍ୟ । ବନ୍ଧୁ ତାଲିକା ଫୁଲିଉଠେ ଏଠି ନୂଆ ନୂଆ ବନ୍ଧୁ ସମାଗମରେ - ଅଦେଖା, ଅଜଣା ବ୍ୟକ୍ତିମାନେ ମଧ୍ୟ ଘନିଷ୍ଠ ଲାଗନ୍ତି ନିୟତିକୁ, ସେମାନଙ୍କ ଗପ ଓ କବିତାର ମାର୍ମିକ ସ୍ପର୍ଶରେ। ବହୁତ ଦିନପରେ ଆଜି କବିତାଟିଏ ଲେଖିଛି ସେ । ଫେସବୁକରେ ପୋଷ୍ଟ କରିଦେବ । ଦୁଇ ତିନିଜଣ …
ଲୁହ
କବାଟ ଆଉଜେଇ ନେଇ ସରିତା ଟିକେ ଢିଲା କରିଦେଲା ଅଣ୍ଟା ଫିତାକୁ । ଏତେ ଗୁଡ଼ାଏ ବାଟ ଆଗକୁ ଯିବାକୁ ଅଛି । ଟାଣି ଟୁଣିହୋଇ ବସିଲେ ଅସ୍ବସ୍ତି ଲାଗିବ । ସେମାନେ ଅରୁଣଙ୍କ ଘରେ ପହଞ୍ଚିଲା ବେଳକୁ ସନ୍ଧ୍ୟା ହୋଇଯିବ ବୋଧେ । ହଁ, ଛଅ ସାତ ଘଣ୍ଟା ଲାଗିବ ତ ନିଶ୍ଚୟ । ସରିତା କବାଟ ଖୋଲି ବାହାରକୁ ଆସିଲା । ସାନଭଉଣୀ ମିତୁ ଲୁହ ପୋଛୁଛି ଆଖିରୁ । 'ହେଇ, କାନ୍ଦୁଛୁ ନା …