ଆଞ୍ଜୁଳାଏ ସ୍ମୃତି

ଅଫିସ୍ ଟେବୁଲ୍ ଡ୍ରୟର୍ ଭିତରେ ଦ୍ରାକ୍ଷାର ଫଟୋଟିକୁ କେବେ ରଖିଥିଲେ ସେ ? ନୀଳାଦ୍ରିଙ୍କ କପାଳରେ ବିନ୍ଦୁ ବିନ୍ଦୁ ଝାଳ । ଚଉତିରିଶ ବର୍ଷ ବିତିଗଲାଣି ଏ ଭିତରେ । ସେଇ ଏକା ଅଫିସ୍ ରେ, ଏକା ଡେସ୍କରେ । ଏମିତି ବୋଧହୁଏ ଅଳ୍ପ କିଛି ଲୋକଙ୍କ ଭାଗ୍ୟରେ ଘଟୁଥିବ!! କାହା ଭାଗ୍ୟରେ ଘଟୁଥିବ କି ନା କେଜାଣି !! ନୀଳାଦ୍ରି ଫଟୋଟିକୁ ଡ୍ରୟର୍ ରୁ କାଢି ହାତରେ ଧରିଲେ କିଛି ସମୟ । ଫଟୋରେ ଥାଇ …

Continue reading ଆଞ୍ଜୁଳାଏ ସ୍ମୃତି

ପଞ୍ଜୁରି

ଆଙ୍ଗୁଠିରୁ ନିର୍ବନ୍ଧ ମୁଦିଟି କେତେବେଳେ ଖସି ପଡ଼ିଲା ମୁଁ ଜାଣି ପାରିନଥିଲି । ଆଜି ଶେଷ ଦିନ ପରୀକ୍ଷା ଥିଲା । ଅନର୍ସ ଶେଷ ପେପର୍ । ଇଂରାଜୀ ଅନର୍ସ ନେଇ ପଢ଼ିବାକୁ ଉତ୍ସାହିତ କରିଥିବା ମୋ ବାପା ଏବେ ସ୍ୱର୍ଗରେ ।  ବଡବାପାଙ୍କ ଇଚ୍ଛାର ଦାସ ଆମେ ସମସ୍ତେ – ବୋଉ, ଭାଇ ଆଉ ମୁଁ । ଭାଇ ଖୁବ୍ ଚାହୁଁଥିଲା ମୁଁ ଆଗକୁ ପଢେ, ବହୁତ୍ ନାଁ କମାଏ - ମୋର ସବୁ ଆଶା …

Continue reading ପଞ୍ଜୁରି

ପାଦଟିଏ ପଛକୁ …..

ବାଲିଘରଟିକୁ ଆଉଟିକେ ସଜାଡି ନେଇ ସୁରମା ଚାହିଁଲା ସୁବଳ ଆଡ଼କୁ । ତାର ସରଳ କୋମଳ ନିରୀହ ଆଖିରେ ଆଖିଏ ସ୍ବପ୍ନ । ସୁବଳ ହସିଲା ଟିକେ, କହିଲା-"ମୁଁ ବଡ ହୋଇଗଲେ ତତେ ବାହା ହେବି" । କୁନି ଛାତିରେ ଛାତିଏ ବିଶ୍ୱାସ ତା' କଣ୍ଠ ସ୍ବରକୁ ଗମ୍ଭୀର କରିଥିଲା ।ସୁରମା ହସିଲା ଏଥର ହିଁ ହିଁ ହୋଇ । ଶବ୍ଦ କରି ।-"ଧେତ୍, ତୁ ଆଗ ବଡ଼ ହୋଇଯାଆ "।ଦୁହେଁ ନଇଁ ପଡ଼ିଥିଲେ ଏବେ ଏବେ …

Continue reading ପାଦଟିଏ ପଛକୁ …..

ମିଠା ସ୍ୱର

ପାଣି ଗ୍ଲାସ୍ ଟା ଟେବୁଲ୍ ଉପରେ ଏକରକମ କଚି ଦେଇ ସୁରୁଚି ଦୁମ୍ ଦୁମ ହୋଇ ଚାଲିଗଲେ ରୋଷେଇ ଘର ଭିତରକୁ । ବାବାରେ ଆଜି କଣ ଏତେ ରାଗ ! ଅଫିସ ଯିବାକୁ ପ୍ରସ୍ତୁତ ହେଉଥିଲି ମୁଁ । ଶ୍ରୀମତୀଙ୍କ ରାଗ ଦେଖି ନଦେଖିଲା ପରି ଜଳଖିଆ ଖାଇବାରେ ମନ ଦେଲି । ସୁରୁଚି ଚୂଲି ପାଖରେ ପ୍ଲାଟଫର୍ମ ଉପରେ ରଖିଥିବା ଫୋନ୍ ଟିକୁ ଉଠେଇ ଆଣି ମୋ ଆଡକୁ ଆସୁଥିଲେ ହଠାତ୍ ରହିଯାଇ ପଛକୁ …

Continue reading ମିଠା ସ୍ୱର

ପ୍ରତୀକ୍ଷା

"ଛୁଆଟେ - ସେ ଅବା କଣ ବୁଝିବ?" - ବାପାଙ୍କ ସ୍ୱର ନରମ ଶୁଣା ଯାଉଥିଲା ।ମାଆ ବୋଧହୁଏ ବୁଝୁନଥିଲେ । ବିରକ୍ତି ତାଙ୍କ ସ୍ୱରକୁ ଅଧିକ ଋକ୍ଷ କରିଦେଉଥିଲା ।ପୀହୁ ଦୁଇ ହାତରେ ବନ୍ଦକରିଦେଲା କାନ । ଉଦାସ ହୋଇ ଯାଉଥିଲା ତା' ମନ । ଆଖିରେ ଚିକ୍ ମିକ୍ ହେଉଥିଲା ଲୁହ ଦି' ଟୋପା । ଫ୍ରକ୍ ର ଘେରକୁ ଉଠେଇ ନେଇ ଆଖି କୋଣରୁ ଲୁହତକ ପୋଛି ନେଲା ସେ । ଏଥର …

Continue reading ପ୍ରତୀକ୍ଷା

ଧୋତି

ଜେଜେଙ୍କ ପାଇଁ ତାଙ୍କ ନାତୁଣୀ ବୋହୂ ଅର୍ଥାତ୍ ଆମର ଏବେ ଏବେ ବାହାହୋଇ ଆସିଥିବା ଭାଉଜ, ଉପହାର ଆଣିଥିବା ସେ ନୂଆ ପ୍ୟାଣ୍ଟ ସାର୍ଟ ହଳକ ଦେଖି ଆମେ ସବୁ ଖୁସି ହୋଇଗଲୁ । ଜେଜେଙ୍କ ମୁହଁ କିନ୍ତୁ ଶୁଖି ଯାଇଥିଲା । ତାଙ୍କ ମୁହଁର ସେ ଦୁଃଖୀ ଦୁଃଖୀ ଭାବଟି ସ୍ପଷ୍ଟ ବାରି ହୋଇ ପଡ଼ୁଥିଲା ।    ପୌରାଣିକ ଚଳଚ୍ଚିତ୍ର ଦେଖିବାକୁ ଜେଜେ ଓ ଜେଜେମା' ଭଲ ପାଆନ୍ତି । ଆଉ ସେମିତି କିଛି ସିନେମା ଆସିଲେ …

Continue reading ଧୋତି

ପ୍ରତ୍ୟୟ

‘ମିଛ, ମିଛ, ମିଛ’ - କାଠଗଡାର ବାଡ ଉପରକୁ ଝୁଂକିପଡି ଚିତ୍କାର କରିବାକୁ ଚାହୁଁଥିଲା ସବିତା । ଓଃ, କଣ୍ଠରୁଦ୍ଧ ହୋଇଯାଉଥିଲା ତା’ର । ସାମାନ୍ୟ ଶବ୍ଦଟିଏ ବି ବାହାରୁନଥିଲା ତା’ ପାଟିରୁ । ଆଖିରୁ ଝରିଯାଉଥିଲା ଧାରଧାର ଲୁହ । କିଏ ଯେମିତି ଚାପିଧରିଥିଲା ତା’ ସ୍ୱରତନ୍ତ୍ରୀକୁ। ସବିତା ମିଛେଈ, ସେ ସବୁବେଳେ କେବଳ ମିଛ ହିଁ କହେ । ଡାହାମିଛ କଥାଗୁଡାକ ଗୁନ୍ଥିଗୁନ୍ଥି କହିପାରେ ସେ । ମିଛ କହିବାରେ କେମିତି ଗୋଟେ ଆତ୍ମସନ୍ତୋଷ …

Continue reading ପ୍ରତ୍ୟୟ

ଦେବୀ

ଏଥର ବି ଯଦି ଝିଅ ହୁଏ!! –ଭୟରେ ଶିହିରୀ ଉଠୁଥିଲା ଗୁରେଇର ଦେହ ମୁଣ୍ଡ । ମଦ ପିଇ ଦେଲେ ଲୋକଟା ରାକ୍ଷସ ପାଲଟି ଯାଏ ସତରେ । ଥାନ ଅଥାନ ନମାନି ପିଟି ପକାଏ । ଝିଅ ତିନୋଟିଙ୍କ ପ୍ରତି ବି ନିର୍ଦ୍ଦୟ ହୋଇପଡେ । ବାପ ହୋଇ ଏମିତି ଅମଣିଷ କେମିତି ହୋଇଯାଏ ଭବାନୀ !ମାସେ ହେଲାଣି ମାଆ ଦୁର୍ଗାଙ୍କର ମୂର୍ତ୍ତି ଗଢ଼ୁଛି ଭବାନୀ । ମାଲିକର ସର୍ତ୍ତ ଥିଲା ମୂର୍ତ୍ତି ଗଢ଼ିବା ବେଳେ …

Continue reading ଦେବୀ

ଭୋକ

ଶାଳପତ୍ର ଠୋଲାରେ ପାଞ୍ଚ ଟଙ୍କାର ଘୁଗୁନି କିଣି ପୁଅକୁ ଧରେଇଦେଲା ଗୁରେଇ । ସେତିକିବେଳୁ ଛୁଆଟା ଡାହାଣାଙ୍କ ପରି ଚାହିଁ ରହିଥିଲା ପିତେଇ ସାହୁର ସେ ବଡ ରସ ହାଣ୍ଡିଟାକୁ । ତା’ ଭିତରେ ନାଲିପାଣିରେ ଡୁବ ଖାଉଥିବା ଚେପା ଗିନାଟିରେ ଦି’ଟା ଆଳୁ ଆଉ ହାତ ଗଣତି ମଟର୍ କେତେଟା ମଝିରେ ମଝିରେ ହାତ ବୁଡେଇ ଟାଣିଆଣୁଥିଲା ପିତେଇ । ତା ଉପରେ ଯନ୍ତ୍ର ଚାଳିତ ପରି ଛିଞ୍ଚି ଦେଉଥିଲା କଟା ପିଆଜ ସହିତ ଖୋଲାମେଲା …

Continue reading ଭୋକ

ବେରିଙ୍ଗ ଚିଠି

‘ତୁ ମତେ କଥା କହିଲା ପରି ଚିଠି ଲେଖିବୁ' ।'ମକର ଏମିତି କଣ କହୁଛୁ? କଥା କହିଲା ପରି ମାନେ?' ମୁହଁରେ ସାମାନ୍ୟ ହସ ଫୁଟେଇ ମକର କହିଲା 'ମାନେ ହେଇ ଯେମିତି ଏବେ କହୁଛୁ । ଚିଠିରେ ଠିକ୍ ସେମିତି ଲେଖିବୁ । ମନେହେବ ଯେମିତି ତୁ କୁଆଡେ ବି ଯାଇନୁ । ଏଇଠି ବସିଛୁ ମୋ ପାଖରେ ଆଉ ମତେ କହୁଛୁ ତୋ କଥା' । ମୁଣ୍ଡର ସ୍କାର୍ଫ କୁ ସଜାଡୁ ସଜାଡୁ ମକର …

Continue reading ବେରିଙ୍ଗ ଚିଠି