ଚୁଇଁ ଚଢେଇ ପୁଣି ଉଡ଼ିଆସିଲା ସେଇ ଫୁଲ ପେନ୍ଥା ପାଖକୁ। ଟିକେ ବସିଲା,ଟିକେ ଖୁମ୍ପିଲା ସେଇ ଫୁଲକୁ। ପୁଣି ଉଡ଼ିଗଲା ପାଖ ଡାଳ କୁ। ପାଖ ଡାଳରେ ଫୁଲ ନାହିଁ। ଅଛି କେବଳ ନେନ୍ଥି ନେନ୍ଥି ପତ୍ର। ଚୁଇଁ ଚଢେଇ ସେଇ ପତ୍ର ଥୋଲାକ ଭିତରେ ଲୁଚିଗଲା କିଛି ସମୟ। ଖୋଜି ହେଲି ତାକୁ। କୁନି କଳା ଥଂଟ ଟିଏ। ହଳଦୀରଙ୍ଗର ଦେହ। ହଳଦୀ ବସନ୍ତଠୁ ଢେର କୁନି। ଢେର ସୁନ୍ଦର। ମୁଁ ଖୋଜିଲି ତାକୁ। ସେ …
Author: Suchitra Mishra
ଅନ୍ୟତମ ଆକର୍ଷଣ
ସେଇ ନିର୍ଦ୍ଦିଷ୍ଟ କୃଷ୍ଣଚୂଡା ଗଛମୂଳେ ତାଙ୍କ ସଙ୍ଗେ ମୋର ଦେଖାହୁଏ ସବୁଦିନ। ଥରେ ନୁହେଁ, ଏକାଧିକ ଥର - ଯେତେ ଥର ମୁଁ ରାଉଣ୍ଡ ନିଏ ସେଇ ଅଙ୍କାବଙ୍କା ରାସ୍ତାଟିରେ । ପାର୍କ ଭିତରେ ଏକ୍ସରସାଇଜ କରୁଥିବା ଆମପରି ଲୋକମାନଙ୍କ ପାଇଁ ତିଆରି ହୋଇଛି ସେ ପାଦଚଲା ରାସ୍ତାଟି। ରାସ୍ତାଟିକୁ ଏକା ସମୟରେ ଏତେ ଲୋକ ଯେ ବ୍ୟବହାର କରିବେ, ଏମିତି ଧାରଣା ବୋଧହୁଏ ଆସି ନ ଥିଲା କାହା ମନରେ ପ୍ରଥମରୁ । ରାସ୍ତାଟିର ଚଉଡା …
GRANDMA
Sabitri has forgotten her own name in the meanwhile. She is everybody’s grandma. All from nearby areas call her grandma. Sabitri has been feeling peculiarly lonely after the death of her husband. It is years he has left. Sabitri is seated in the bathroom straightening her legs spouting water on them. Today is the day …

ଜେଜେମା’
ସାବିତ୍ରୀ ନିଜ ନାଁ ଟିକୁ ବି ଭୁଲିଗଲେଣି ଏ ଭିତରେ । ସମସ୍ତଙ୍କର ସେ ଜେଜେମା’ । ଆଖପାଖ ଖଣ୍ଡକରେ ସମସ୍ତେ ତାଙ୍କୁ ଜେଜେମା’ ବୋଲି ଡାକନ୍ତି । ସ୍ଵାମୀ ଚାଲିଗଲାପରେ ସାବିତ୍ରୀ କେମିତି ଏକୁଟିଆ ଅନୁଭବ କରୁଛନ୍ତି । ସେ ଯିବାର ଆଜିକି ଅନେକ ବର୍ଷ ହୋଇଗଲାଣି । ସାବିତ୍ରୀ ଗାଧୁଆଘରେ ଗୋଡ ଲମ୍ବେଇ ପାଣି ଢାଳିବାରେ ଲାଗିଛନ୍ତି । ଆଜି ତିଥିରେ ସେ ଜନ୍ମ ହୋଇଥିଲେ । ଆଜି ଜନ୍ମାଷ୍ଟମୀ; ତେଣୁ ଜନ୍ମଦିନଟି ତାଙ୍କର …

ସ୍ଵପ୍ନର ଘର
ଆଜି ଏତେ ସକାଳୁ ମଧ୍ୟ ଟ୍ରେନରେ ଭିଡ ହୋଇ ଗଲାଣି । ଗୋଟିଏ ବି ସିଟ ଖାଲି ନାହିଁ । ପ୍ରଥମ ଥର ପାଇଁ ମୁମ୍ବାଇ ଲୋକାଲ ଟ୍ରେନରେ ଚଢିଛି ସୁଲି । ‘ଡରି ଯିବନି ତ !!’ ନରହରି ବ୍ୟସ୍ତ ହୋଇ ପଡୁଥିଲା । ଓଡିଶାରୁ ମୁମ୍ବାଇ ଦୁଇଦିନର ଟ୍ରେନ ଯାତ୍ରାରେ ହାଲିଆ ଲାଗୁଥିଲା ଭାରି । ଷ୍ଟେସନରେ ଓଲ୍ହାଇବା ପରେ ପୁଣି ଥରେ ଲୋକାଲ ଟ୍ରେନରେ ଚଢିଛନ୍ତି ସେମାନେ । ଆଉ ଘଣ୍ଟାକ ପରେ …