ମୁଗ୍ଧା ଚାହିଁ ରହିଥିଲା ଦୂରକୁ । ତା’ କୋଠରୀର ଝର୍କାରୁ ଦୂର ପାହାଡ ଖୁବ୍ ସୁନ୍ଦର ଆଉ ମନଲୋଭା ଲାଗୁଥିଲା ଆଜି । ଏ ଭିତରେ ଜୀବନର ନୂଆ ବାଟଟିଏକୁ ପାଦ ବଢ଼େଇଛି ସେ । ଏଇ ବାଟରେ ଚାଲିବାକୁ ଭଲ ଲାଗୁଛି ତାକୁ । ତା' ଭିତରେ ନୀରବରେ ଛଟପଟ ହୋଇ ନିଶ୍ଚିହ୍ନ ହୋଇ ଯାଉଥିବା ତା ନିଜକୁ ଫେରିପାଇଛି ସେ । ବିଗତ ଦିନମାନଙ୍କରେ ଫାର୍ମ୍ ହାଉସ୍ କୁ ଆସି ଖୁବ୍ ଏକା ହୋଇଯାଉଥିଲା …
Author: Suchitra Mishra
ଶ୍ରିୟା
ଗୋବରପାଣିରେ ଘର ବାହାର ଲିପି ଆଣିଲା ଲକ୍ଷୀ। ବାବୁଘର ସିମେଣ୍ଟ ଚଟାଣକୁ ସାବୁନ୍ ପାଣିଦେଇ ସଫା କରିଦେଇ ଆସିଛି । ଶୁଖିଗଲେ ଷୋଳପାଖୁଡା ପଦ୍ମଫୁଲ ଉପରେ ମାଆ ଲକ୍ଷ୍ମୀଙ୍କର ପାଦଚିହ୍ନକୁ ଯତ୍ନରେ ଆଙ୍କିଦେବ ସେ । ଏରୁଣ୍ଡି ବନ୍ଧରେ କମକୁଟ କରି ଏପାଖ ସେପାଖ ଆଙ୍କି ଦେବ ପଦୁଅଁ କଢ଼ି, ଧାଡି ଧାଡି କରି । ତା’ ନିଜ ଘରର ଝାଟିମାଟି କାନ୍ଥରେ ବି ଧାନକେଣ୍ଡା ସହିତ ଆଙ୍କିଦେଇଛି ଲକ୍ଷ୍ମୀ ମାଆଙ୍କର ଅଳତାରଞ୍ଜିତ ପାଦଚିହ୍ନକୁ ଢାଉରଙ୍ଗରେ । …
ନୂଆବୋଉ
‘’ନୂ..ଆ..ବୋ..ଉ…..’’ ତା’ ହାତ ଉପରେ ହାତ ରଖି ସେ କହିଲା ଧିରେ ଛିଣ୍ଡା ଛିଣ୍ଡା ସ୍ଵରରେ । ଗାରିମା ଅଳ୍ପ ଓଢଣା ଟେକି ଚାହିଁଲା ତାକୁ । ତା’ ପାଟି ବଙ୍କେଇ ଯାଇଥିଲା । ତା’ ଆଖିର ଅସ୍ୱାଭାବିକତା ଅସହଜ ଲାଗିଥିଲା ଗାରିମାକୁ । ତାକୁ ଦେଖିଦେବା ପରେ କାହିଁକି କେଜାଣି ଥରିଗଲା ଦେହ । "ଓଃ.."- ଭୟ ଓ ଆତଙ୍କର ମୃଦୁ ଚିତ୍କାରଟିଏ ପାଟିରୁ ବାହାରିଗଲା ଆପେ ଆପେ । ଠେଲି ହୋଇଗଲା ସେ କାନ୍ଥ …
ଶୋକସଭା
ଦୁଆର ବନ୍ଧରେ ଠିଆ ହୋଇ ଜୟନ୍ତ ଦେଖୁଥିଲା ଭିତରର ସାଜସଜ୍ଜାକୁ । ଧାଡି ଧାଡି ହୋଇ ଚୌକି ପଡ଼ିଥିଲା ଭିତରେ । ସବୁ ଗୁଡ଼ାକ ଖୁବ୍ ଯତ୍ନରେ ସଜେଇ ରଖୁଥିଲେ ସେମାନେ । ସଭା ଆରମ୍ଭ ହେବା ଆଗରୁ ସେସବୁ ଶୃଙ୍ଖଳିତ ଭାବେ ସଜଡା ହୋଇଯିବ ନିଶ୍ଚୟ । ଲୋକମାନେ ଆସି ବସିଗଲା ପରେ କିନ୍ତୁ ଏପଟ ସେପଟ ହୋଇଯିବ ସବୁକିଛି । ନିଜ ନିଜ ପ୍ରିୟ ମଣିଷଙ୍କ ପାଖରେ ବସିବାକୁ ସେମାନେ ଟାଣି ନେବେ ଚୌକି …
ଭୁବନେଶ୍ୱର
କାଲି ପରି ଲାଗୁଛି । କେତେ ଶୀଘ୍ର ଏତେ ଗୁଡାଏ ବର୍ଷ ବିତିଗଲା, ଜାଣି ହେଲାନି । ତାକୁ ସେତେବେଳେ କୋଡ଼ିଏ ବର୍ଷ ହୋଇଥିଲା । ଏବେ ସତେଇଶ ହେଲାଣି । ଭୁବନେଶ୍ୱର ଆସିବା ସାତ ବର୍ଷ ହୋଇଗଲାଣି ଏ ଭିତରେ । କେଜାଣି କାହିଁକି, ଆଜି ସେଇ ଦିନ ଗୁଡ଼ାକ ଖୁବ୍ ମନେପଡୁଛି; ମନେପଡୁଛି ସେଇ ଦିନଟି, ଯେଉଁଦିନ ଅସୁସ୍ଥ ମାଆକୁ ନେଇ ପ୍ରଥମଥର ପାଇଁ ସେ ଆସିଥିଲା ରାଜଧାନୀ ଭୁବନେଶ୍ୱରକୁ । ଗାଁରୁ ଆସି …
ଘର
‘ଆଉ କେତେ ସମୟ ଲାଗିବ ଘରେ ପହଞ୍ଚିବାକୁ?’ - ନୀଳିମା ଜୋରରେ ହଲେଇଦେଇ ପଚାରିଲା ରଘୁନାଥକୁ । ନିଦ ମଳ ମଳ ଆଖିରେ ବସ୍ ର ଝରକା ବାହାରକୁ ମୁଣ୍ଡ ଗଳେଇ ରଘୁନାଥ ଦେଖୁଥିଲା ସେମାନେ କେଉଁଠି ପହଞ୍ଚିଲେଣି । ନୀଳିମା ଏଥର ଟିକେ ଉଚ୍ଚ ଗଳାରେ କହିଲା, ‘ଏଇଟା କୋଉ ଜାଗା? ଘର ଆଉ କେତେବାଟ?’ ଚିଡିଗଲା ରଘୁନାଥ । ଝରକାର କୁନି ଫାଙ୍କ ଭିତରୁ ସେ ଯେ ଜାଗାଟି ଠଉରେଇ ପାରୁନି, ସେକଥା ନ …
କୁହୁଡି
ରୂପାଲୀ ଚୁପ୍ ଚାପ୍ ଚାଲିଥିଲା ରଙ୍କନିଧି ପଛେପଛେ । କିଟିକିଟି ଅନ୍ଧାର ଭିତରେ ରଙ୍କନିଧିର ମିଞ୍ଜି ମିଞ୍ଜି ଟର୍ଚ୍ଚ ଆଲୁଅ ସେମାନଙ୍କୁ ରାସ୍ତା କଢାଇ ନେଉଥିଲା । ଲମ୍ବପାଦରେ ଚାଲୁଥିବା ରଙ୍କନିଧିପଛରେ ଏକ ରକମ ଦୌଡୁଥିଲା ରୂପାଲୀ। ଧଇଁ ସଇଁ ହୋଇପଡୁଥିଲା ସେ । ରଙ୍କନିଧି ସହ ପାଦରେ ପାଦ ମିଳାଇ ଚାଲିବାକୁ ପିଲାଦିନରୁ ସବୁବେଳେ ଚାହିଁ ରହିଥିବା ରୂପାଲୀ ସେଇଦିନ ଗୁଡ଼ିକ ପରି ଆଜିବି ଦୌଡ଼ୁଥିଲା ତା' ପଛରେ । ଖୁବ୍ ହାଲିଆ ଲାଗୁଥିଲା ରୂପାଲୀକୁ …
ଆଖି
ଆଖି କଥା କହେ । କେତେବେଳେ ଜୀବନର କଥା ତ କେବେ ଯନ୍ତ୍ରଣାର । ଯେତେ ମଣିଷ ସେତେ ଦୃଷ୍ଟି । ଆଖିରେ ଥାଏ ମଣିଷ ଚରିତ୍ରର ପ୍ରତିବିମ୍ବ । ଆଖି ଦେଖେ ପୁଣି କହେ ସେଇସବୁ କଥା । ସ୍ନେହ ପ୍ରେମ ଓ ଭଲ ପାଇବାର କଥା । କେବେ ପୁଣି ସେଇ ଦୃଷ୍ଟି ଭାଙ୍ଗି ରୁଜି ଛାରଖାର କରିଦିଏ ସବୁ କିଛି । ଗୋଟିଏ ଆଖି, ଅନେକ ଦୃଷ୍ଟି । ସ୍କେଚ୍ ୧ ଚୁଇଁ …
ଛତା
ଛତା, ବିଶ୍ୱାସର ଛାତଟିଏ । ସିଏ ମୁଣ୍ଡ ଉପରେ ଅଛି ତ ରୋକିନେବ ବର୍ଷାର ଟୋପାଟିକୁ - ସେ ବର୍ଷା ଲୁହର ହେଉ ବା ଆଷାଢ଼ର। ମର୍ଣିଂୱାକ୍ ସାରି ବାପା ଫେରୁଥିଲେ । ହାତରେ ଧରିଥିଲେ ପୁରୁଣା ରଙ୍ଗଛଡା ମାଟିଆ ଛତାଟେ । ଦୁର୍ବଳ ହୋଇଗଲେଣି ବାପା। ନିଷ୍ପ୍ରଭ ଦିଶୁଥିଲେ ସେ - ଛତାଟି ପରି ଟିକେ ପୁରୁଣା, ଟିକେ ଲୋଚା କୋଚା - ସଂସାର ଚାପରେ । ଦାଣ୍ଡ ଘରେ କଣିକିଆ ଖଟଟି ଉପରେ ଗଡୁଥିଲି …
ଆଞ୍ଜୁଳାଏ ସ୍ମୃତି
ଅଫିସ୍ ଟେବୁଲ୍ ଡ୍ରୟର୍ ଭିତରେ ଦ୍ରାକ୍ଷାର ଫଟୋଟିକୁ କେବେ ରଖିଥିଲେ ସେ ? ନୀଳାଦ୍ରିଙ୍କ କପାଳରେ ବିନ୍ଦୁ ବିନ୍ଦୁ ଝାଳ । ଚଉତିରିଶ ବର୍ଷ ବିତିଗଲାଣି ଏ ଭିତରେ । ସେଇ ଏକା ଅଫିସ୍ ରେ, ଏକା ଡେସ୍କରେ । ଏମିତି ବୋଧହୁଏ ଅଳ୍ପ କିଛି ଲୋକଙ୍କ ଭାଗ୍ୟରେ ଘଟୁଥିବ!! କାହା ଭାଗ୍ୟରେ ଘଟୁଥିବ କି ନା କେଜାଣି !! ନୀଳାଦ୍ରି ଫଟୋଟିକୁ ଡ୍ରୟର୍ ରୁ କାଢି ହାତରେ ଧରିଲେ କିଛି ସମୟ । ଫଟୋରେ ଥାଇ …