ନୀଳ ଲଫାପା

ବାପାଙ୍କ ପୁରୁଣା ବାକ୍ସ ଭିତରୁ ଚିଠି ପୁଳାକ ଧରି ଏପଟ ସେପଟ କରୁଥିଲେ ବୃନ୍ଦାବନ । ସାତ ବର୍ଷ ହେଲାଣି ବାପା ଚାଲିଗଲେଣି । ବୋଉ ଥିଲାବେଳେ ବାପାଙ୍କ ଅବର୍ତ୍ତମାନରେବି ବାପାଙ୍କ ହାତ-ବାକ୍ସରେ ହାତ ମାରି ନଥିଲେ କେହି । ବୋଉ ଯିବାର ତିନିମାସ ହୋଇଗଲାଣି ଏ ଭିତରେ । ବୃନ୍ଦାବନ ଘରର ବଡ଼ପୁଅ । ତାଙ୍କ ତଳକୁ ତଳ ତିନି ଭଉଣୀ । ସାନ ଭାଇ ଚୈତନ୍ୟ ଆଠ ବର୍ଷ ସାନ ହେଲେ ବି ବାପ …

Continue reading ନୀଳ ଲଫାପା

ରୁନି

କୁଢ଼ କୁଢ଼ ବରଫ ଗୁଣ୍ଡ ଉପରେ ନଇଁ ପଡି କଣ ସବୁ ଲେଖି ଚାଲିଥିଲା ରୁନି । ପ୍ରାୟ ଘଣ୍ଟାଏ ହେବ ତୁଷାରପାତ ଚାଲିଛି । ଭରିଯାଇଛି ପୁରା ପାର୍କିଂଗ ଜାଗାଟି । ସେଇଠି ଥୁଆ ହୋଇଥିବା ଗାଡି ଚାରୋଟି ଘୋଡେଇ ହୋଇ ଯାଇଛି ବରଫ ଗୁଣ୍ଡରେ । ଏମିତି ତୁଷାରପାତ ଦେଖିବା ମୋର ଏଇ ପ୍ରଥମ ଅନୁଭୂତି । ସେଥିପାଇଁ ଭାରି ଉତ୍ସାହିତ ଥିଲି ମୁଁ । କିନ୍ତୁ ରୁନିକୁ ଦେଖି ମନେହେଉଥିଲା ମୋ ପରି …

Continue reading ରୁନି

ଗଣ୍ଠି

      ସୂତା ଖିଅଟିରେ ଗଣ୍ଠି ପଡିଗଲେ ମଣିଷ ତାକୁ ଖୋଲି ପକେଇବାକୁ ଚେଷ୍ଟା କରେ, କିନ୍ତୁ ସମ୍ପର୍କର ସୂତା ଖିଅ, ଆଉ ସିଏ ଯଦି ଇପ୍ସିତ ହୁଏ, ତେବେ ସେ ଗଣ୍ଠିକୁ ଆହୁରି ବେଶି ବେଶି  ବାନ୍ଧି ପକେଇବାକୁ ମନ ଚାହେଁ । ତା ଭିତରେ ବନ୍ଧା ପଡ଼ିଯାଏ ସୂକ୍ଷ୍ମ ହୃଦୟର କିଛି ନିରୁତା ଭଲପାଇବା ।      ଶୋଇବା ଘର ଦୁଆରକୁ ଆଉଜି ଥକ୍କା ହୋଇ ଠିଆ ହୋଇଥିଲି ମୁଁ । ଦୁଇ ଜଣିଆ ଖଟର ଗୋଟେ …

Continue reading ଗଣ୍ଠି

ଖୋଜି ହେଉଥିବା ସମୟ

ଭାରି କ୍ଲାନ୍ତ ଲାଗୁଥିଲା ନିକିତାକୁ । ଆଜି ସାରା ଦିନ ଖୁବ ଖଟିଛି ସେ । ଲକ୍ ଡାଉନ ପାଇଁ ଘରେ କାମ କରୁଛନ୍ତି ସେମାନେ । କାମର ଚାପ ବେଳେବେଳେ ହୋଇ ଯାଉଛି ମାତ୍ରାଧିକ । ନୂଆ ଚାକିରୀ । ଅଭିଯୋଗ କରିବାର ସାହସ ହୁଏନି । ଆଜି ସେମିତି ବ୍ୟସ୍ତମୟ ଦିନଟିଏ । ଦିନବେଳା ଲଞ୍ଚ ଖାଇବାକୁ ସମୟ ପାଇନି ସେ । ସିଦ୍ଧାର୍ଥବି ଘରୁ କାମ କରୁଛି । ଦାଣ୍ଡ ଘର ଓସାରିଆ …

Continue reading ଖୋଜି ହେଉଥିବା ସମୟ

ରାଜକୁମାରୀ

ଚାଳ ସନ୍ଧିରୁ ଖଣ୍ଡିଆ ବିଡ଼ିଟା କାଢି ନିଆଁ ଲଗେଇଲା ବେଳେ କେମିତି ଗୋଟାଏ ବିରକ୍ତିକର ଫୁଁ ଫୁଁ କାର ଶୁଣା ଯାଉଥିଲା ଅପର୍ତ୍ତି ମୁହଁରୁ । ଏବେ ବି ସେ ଗୁଣୁଗୁଣୁ ହେଉଛି । ଗାଳି ଦେଉଛି ପାରୁକୁ । ଗାଳି ଦେଉଛି ସକାଳୁ ଉଠିଲା ବେଳୁ । ଦଶ ବର୍ଷର ଝିଅ ପାରୁ ତା’ର ଖଣ୍ଡିଆ ଚିରା ଫ୍ରକରେ ହାତ ପୋଛୁ ପୋଛୁ ନୂଆଁଣିଆ ଚାଳଟି  ଧରି ଠିଆ ହୋଇଛି । ଅପର୍ତ୍ତିର ଗୁଣୁଗୁଣୁ ଗାଳି …

Continue reading ରାଜକୁମାରୀ

କାନ୍ଧ

(କରୋନା କାହାଣୀ – ୩) "ଆଉ ମାତ୍ର ଆଠଟି ପାହାଚ । ତା’ ପରେ ଆମେ ଛାତ ଉପରେ ପହଂଚି ଯିବା । ଭଲ ଲାଗିବ ତୁମକୁ" । ଦୁଇମାସ ହୋଇଗଲାଣି ଏ ଭିତରେ ।  ଲକ ଡ଼ାଉନ ଚାଲିଛି । କରୋନା ନାମକ ସେଇ ଅଦୃଶ୍ୟ ଭୁତାଣୁଟିର ଆବିର୍ଭାବ ଖିନ୍ ଭିନ୍ କରିଦେଇଛି ଆମ ସମସ୍ତଙ୍କର ସହଜ, ସାମାନ୍ୟ ଜୀବନକୁ । ଭୁତାଣୁଟିଠାରୁ ନିଜକୁ ରକ୍ଷା କରିବାର ଏକମାତ୍ର ଉପାୟ ଗୃହବନ୍ଦୀ ହୋଇ ରହିବା । …

Continue reading କାନ୍ଧ

ଚାରିଶହ ବା’ସ୍ତରୀ

ଫୋନ ରଖିଦେଇ ଅଳକା ଟିକେ ଜୋର୍ ପାଟିରେ କହିଲା "ଚାରିଶହ ବା’ସ୍ତରୀ” ।            କଣିକିଆ ବାଲକୋନିରୁ କିଛି ବି ଠିକରେ ଦେଖା ଯାଉନି । ସାବିତ୍ରୀ ଆଉ ଟିକେ ଜାକି ହୋଇଗଲେ ବାଲକୋନିର ଲୁହା ବାଡ଼କୁ ।  ଏଇଠୁ ଆମ୍ବୁଲାନ୍ସର ଶେଷ ଭାଗଟି କେବଳ ଦେଖା ଯାଉଛି ।  ଆଦୌ ଦେଖିହେବନି ତାଙ୍କୁ । କିଏ ସେ ସେ ?? ନିଜେ ନିଜେ ଗୁଣୁ ଗୁଣୁ ହୋଇ କହିଲେ, "ଚାରିଶହ ବା’ସ୍ତରୀ"।  ଆମ୍ବୁଲାନ୍ସଟି ବାହାରି ଗଲାଣି …

Continue reading ଚାରିଶହ ବା’ସ୍ତରୀ

ଚିହ୍ନା ଜଣା ମଣିଷ

               ବାଲକୋନିରୁ ଟିକେ ଛାଡି ପାଖା ପାଖି ଠିଆ ହୋଇଥିବା ସେଇ କୃଷ୍ଣଚୁଡା ଗଛ ଦୁଇଟି ଫୁଲରେ ଲଦି ହୋଇ ପଡିଥିଲେ । ତା’ ପାଖକୁ ଲାଗି ଲାଗି ଅନେକ ଗୁଡିଏ ଗଛ । ବସନ୍ତ ଋତୁ ଆସି ଗଲାଣି ଏ ଭିତରେ । ସବୁଜ ପତ୍ରରେ ଗଛ ସବୁ ଯେ ଏତେ ଆକର୍ଷଣୀୟ ଦିଶନ୍ତି, ବୋଧହୁଏ ବହୁତ ଦିନ ପରେ ଲକ୍ଷ୍ୟ କରୁଥିଲି ମୁଁ । ହଁ, ଗଲା କେତେବର୍ଷ ହେଲାଣି ଅଫିସ କାମର ଚାପରେ …

Continue reading ଚିହ୍ନା ଜଣା ମଣିଷ

ଦେବୀ ଦର୍ଶନ

       ଶାରୀରିକ ଯନ୍ତ୍ରଣା ଠାରୁ ମାନସିକ ଯନ୍ତ୍ରଣା ବେଶୀ କଷ୍ଟ ଦିଏ, ହୃଦୟକୁ ଭାଂଗିରୁଜି ଦିଏ ଅପମାନିତ,  ଅସହାୟ ମନଟିଏ । ତା‘ ପୁଣି ଅବ୍ୟକ୍ତ ହୋଇଥିଲେ କ୍ଷୋଭ ବଢ଼ିଯାଏ ।           ପ୍ରାକ୍  ମୌସୁମୀର ଛୋଟଛୋଟ କଳା ମେଘଖଣ୍ଡ ଆକାଶରେ ଘୁରି ବୁଲୁଥିଲେ ସାରା ସକାଳୁ । କିଛିକିଛି ଏକାଠି ହୋଇ ଆସନ୍ନ ବର୍ଷାର ରୁପ ନେଉଥିଲେ ।  ସନ୍ଧ୍ୟା ହୋଇ ଆସୁଥିଲା ।  ଗାୟତ୍ରୀ ମନ୍ଦିର ବାହାରୁଥିଲେ ।  ତିତିଲିର ସ୍କୁଲ୍ରୁ ଫେରିବା ଡେରି ହେଉଥିଲା …

Continue reading ଦେବୀ ଦର୍ଶନ

ଚୁଇଁ ଚଢେଇ

ଚୁଇଁ ଚଢେଇ ପୁଣି ଉଡ଼ିଆସିଲା ସେଇ ଫୁଲ ପେନ୍ଥା ପାଖକୁ। ଟିକେ ବସିଲା,ଟିକେ ଖୁମ୍ପିଲା ସେଇ ଫୁଲକୁ। ପୁଣି ଉଡ଼ିଗଲା ପାଖ ଡାଳ କୁ। ପାଖ ଡାଳରେ ଫୁଲ ନାହିଁ। ଅଛି କେବଳ ନେନ୍ଥି ନେନ୍ଥି ପତ୍ର। ଚୁଇଁ ଚଢେଇ ସେଇ ପତ୍ର ଥୋଲାକ ଭିତରେ ଲୁଚିଗଲା କିଛି ସମୟ। ଖୋଜି ହେଲି ତାକୁ। କୁନି କଳା ଥଂଟ ଟିଏ। ହଳଦୀରଙ୍ଗର ଦେହ। ହଳଦୀ ବସନ୍ତଠୁ ଢେର କୁନି। ଢେର ସୁନ୍ଦର। ମୁଁ ଖୋଜିଲି ତାକୁ। ସେ …

Continue reading ଚୁଇଁ ଚଢେଇ