ଯାତ୍ରା ବହୁତ୍ ଲମ୍ବା ଥିଲା । ସିଟକୁ ଆଉଜି ବସ୍ ର ପ୍ରାୟ ସମସ୍ତେ ଶୋଇପଡ଼ିଥିଲେ । ଅପ୍ରତ୍ୟାଶିତ, ଅସ୍ଵସ୍ତିକର ମୁହୁର୍ତ୍ତଟିଏର ସାମ୍ନା କରିବାକୁ ପ୍ରସ୍ତୁତ ନଥିଲେ କେହି । ବସ୍ ଚକ ପଙ୍କଚର ହୋଇଯିବ ରାସ୍ତା ମଝିରେ, ତା ପୁଣି ରାତିଅଧରେ । ଓଃ,ଏହାଠୁ ବଳି ବିରକ୍ତିକର, କ୍ଲାନ୍ତ ସମୟଟେ କଳ୍ପନା କରାଯାଇ ନପାରେ । ଅଥଚ ସେମିତିହିଁ ହୋଇଥିଲା । ଅନୁପ ଅନ୍ୟ ସହଯାତ୍ରୀ ମାନଙ୍କ ସହ ଓହ୍ଲେଇଥିଲା ବସ୍ ରୁ ଆଉ ବସିଥିଲା …
Author: Suchitra Mishra
ପାଦଟିଏ ଆଗକୁ …
ସକାଳର ନରମ ଖରା ବିଛେଇ ହୋଇ ପଡ଼ିଥିଲା ଅଗଣା ସାରା । ଅଧାଖୋଲା ଝରକା ଦେଇ ଚେନାଏ କିରଣ ଖଟ ଉପରେ ପଡ଼ି ଲମ୍ବି ଯାଇଥିଲା ଖଟ ତଳ ଯାଏଁ । କଡପଟ ହୋଇ ଶୋଇଥିଲେ ସୁମନ୍ତ । ପିଲାମାନେ ଉଠି ମୁମ୍ବାଇ ଯିବାକୁ ପ୍ରସ୍ତୁତ ହୋଇ ଗଲେଣି । ଜେଜେମାଆର ଏକାଦଶାହପାଇଁ ନାତୁଣୀ ସାରା ସ୍କୁଲ ମିସ୍ କଲାଣି ଅନେକ ଗୁଡ଼ାଏ ଦିନ । ନଅଟା ବେଳକୁ ଏୟାରପୋର୍ଟରେ ପହଞ୍ଚିବାକୁ ହେବ ଜାଣି ସୁଦ୍ଧା ଶେଯ …
ପ୍ରେମ
ଆଜି ଜୀବନର ପ୍ରଥମ ତୁଷାରପାତ ଦେଖିଲି ମୁଁ । ଲାଗୁଥିଲା ଯେମିତି ପରୀ ରାଇଜରେ ବୁଲୁଛି । ସଞ୍ଚିତଙ୍କ ହାତଧରି ବାହାରି ଆସିଥିଲି ଆପର୍ଟମେଣ୍ଟରୁ । ବରଫର ଗୁଣ୍ଡ ସବୁ ଝରି ପଡୁଥିଲା ତୁଳା ଖଣ୍ଡ ପରି । ଶ୍ଵେତ ଖ୍ରୀଷ୍ଟମାସର ଆଗମନରେ ଖୁସି ଥିଲେ ସମସ୍ତେ । ଟ୍ରେସି ଫୋନ୍ କରି ତା ଘରକୁ ନିମନ୍ତ୍ରଣ କରିଥିଲା ଆମ ଦୁହିଁଙ୍କୁ । ସେମିତି ଚାଲି ଚାଲି ତୁଷାରର ଛିଟାକୁ ଦେହରେ ମୁହଁରେ ବୋଳିହୋଇ ଆମେ ପହଞ୍ଚିଲୁ …
ବୋହୂ
‘ହେଇଟି ବୋଉ, ପତିତପାବନ ବାନା ଦିଶିଲାଣି’ - ସରିତା ମୋ ପାଖ ସିଟରୁ ଅଧା ପଛ ଆଡକୁ ଝୁଙ୍କି ଯାଇ ବୋଉ ଉଦ୍ଦେଶ୍ୟରେ କହିଲେ । - ‘ଆମେ ସମୁଦ୍ରକୂଳ ଯିବା?’ - ହାତ ଯୋଡ଼ି ମୁଣ୍ତରେ ଲଗେଇ ପତିତପାବନଙ୍କ ଉଦ୍ଦେଶ୍ୟରେ ମୁଣ୍ଡିଆ ମାରୁଥିବା ବେଳେ ପଚାରିଦେଲା ବୋଉ । ପତିତପାବନ ବାନା ବୋଉ ଦେଖି ପାରୁଥିଲା କି ନା କେଜାଣି? ହଠାତ୍ ତା’ ମୁହଁରୁ ସମୁଦ୍ରକୂଳ ଯିବା କଥାଶୁଣି ଷ୍ଟିଅରିଂ ଉପରେ ମୋ ହାତ ଟିକେ …
ଶେଷ ସଂଳାପ
ସବିତା କଳାକାର । ଅଭିନୟ କଲାବେଳେ ଚରିତ୍ରଟି ସହ ଏକାତ୍ମ ହୋଇଯାଏ ସେ । ଘୋଷିଥିବା ସଂଳାପ ସ୍ଵତଃ ବାହାରିଯାଏ ତା’ ମୁହଁରୁ । ଜୀବନରେ ଘଟୁଥିବା ସୁଖ ଦୁଃଖର ଛାଇ ପଡେନା ତା’ ମୁହଁରେ । ମଞ୍ଚରେ ମିଛ ସମ୍ପର୍କର ମୁଖା ଭିତରେ ବେଶ୍ ସହଜରେ ଲୁଚିଯାଏ ତା’ର ସତ ଜୀବନ । ପୃଷ୍ଠା ପରେ ପୃଷ୍ଠା ସଂଳାପ ଖୁବ୍ କମ୍ ସମୟରେ ମନେ ରଖିଦେଇ ପାରୁଥିବା ସବିତା, ଶଶଧର ଘୋଷେଇ ଥିବା ସେଇ ଚାରିଧାଡ଼ି …
ସଂସ୍କାର
ବସରେ ଭିଡ ଦେଖି କାହିଁକି କେଜାଣି ଟିକେ ଦବିଗଲା ମାଳର ମନ । କାଳିଆର ନବଯୌବନବେଶ ଦର୍ଶନ ନିମନ୍ତେ ବାହାରିଥିଲା ସକାଳୁ ସକାଳୁ , ସାଙ୍ଗରେ ଝିଅକୁ ନେଇ। ଚାରିଟା ବସ ଛାଡ଼ିସାରିଲାଣି ଭିଡ ଦେଖି । ଏଇ ବସ୍ ରେ ନ ଉଠିଲେ ଆଉ ଯାଇହେବନି, ସକାଳ ବେଳା । "ଏ, ମାଳ, କୁଆଡେ ? ପୁରୀ ବାହାରିଛ କି ମାଆ ଝିଅ" ? ନବଘନର ସ୍ୱର ଶୁଣି ଟିକେ ଦମ୍ଭ ପଶିଲା ମାଳ ଦେହରେ …
କ୍ଷମା
ମୁଗ୍ଧା ଚାହିଁ ରହିଥିଲା ଦୂରକୁ । ତା’ କୋଠରୀର ଝର୍କାରୁ ଦୂର ପାହାଡ ଖୁବ୍ ସୁନ୍ଦର ଆଉ ମନଲୋଭା ଲାଗୁଥିଲା ଆଜି । ଏ ଭିତରେ ଜୀବନର ନୂଆ ବାଟଟିଏକୁ ପାଦ ବଢ଼େଇଛି ସେ । ଏଇ ବାଟରେ ଚାଲିବାକୁ ଭଲ ଲାଗୁଛି ତାକୁ । ତା' ଭିତରେ ନୀରବରେ ଛଟପଟ ହୋଇ ନିଶ୍ଚିହ୍ନ ହୋଇ ଯାଉଥିବା ତା ନିଜକୁ ଫେରିପାଇଛି ସେ । ବିଗତ ଦିନମାନଙ୍କରେ ଫାର୍ମ୍ ହାଉସ୍ କୁ ଆସି ଖୁବ୍ ଏକା ହୋଇଯାଉଥିଲା …
ଶ୍ରିୟା
ଗୋବରପାଣିରେ ଘର ବାହାର ଲିପି ଆଣିଲା ଲକ୍ଷୀ। ବାବୁଘର ସିମେଣ୍ଟ ଚଟାଣକୁ ସାବୁନ୍ ପାଣିଦେଇ ସଫା କରିଦେଇ ଆସିଛି । ଶୁଖିଗଲେ ଷୋଳପାଖୁଡା ପଦ୍ମଫୁଲ ଉପରେ ମାଆ ଲକ୍ଷ୍ମୀଙ୍କର ପାଦଚିହ୍ନକୁ ଯତ୍ନରେ ଆଙ୍କିଦେବ ସେ । ଏରୁଣ୍ଡି ବନ୍ଧରେ କମକୁଟ କରି ଏପାଖ ସେପାଖ ଆଙ୍କି ଦେବ ପଦୁଅଁ କଢ଼ି, ଧାଡି ଧାଡି କରି । ତା’ ନିଜ ଘରର ଝାଟିମାଟି କାନ୍ଥରେ ବି ଧାନକେଣ୍ଡା ସହିତ ଆଙ୍କିଦେଇଛି ଲକ୍ଷ୍ମୀ ମାଆଙ୍କର ଅଳତାରଞ୍ଜିତ ପାଦଚିହ୍ନକୁ ଢାଉରଙ୍ଗରେ । …
ନୂଆବୋଉ
‘’ନୂ..ଆ..ବୋ..ଉ…..’’ ତା’ ହାତ ଉପରେ ହାତ ରଖି ସେ କହିଲା ଧିରେ ଛିଣ୍ଡା ଛିଣ୍ଡା ସ୍ଵରରେ । ଗାରିମା ଅଳ୍ପ ଓଢଣା ଟେକି ଚାହିଁଲା ତାକୁ । ତା’ ପାଟି ବଙ୍କେଇ ଯାଇଥିଲା । ତା’ ଆଖିର ଅସ୍ୱାଭାବିକତା ଅସହଜ ଲାଗିଥିଲା ଗାରିମାକୁ । ତାକୁ ଦେଖିଦେବା ପରେ କାହିଁକି କେଜାଣି ଥରିଗଲା ଦେହ । "ଓଃ.."- ଭୟ ଓ ଆତଙ୍କର ମୃଦୁ ଚିତ୍କାରଟିଏ ପାଟିରୁ ବାହାରିଗଲା ଆପେ ଆପେ । ଠେଲି ହୋଇଗଲା ସେ କାନ୍ଥ …
ଶୋକସଭା
ଦୁଆର ବନ୍ଧରେ ଠିଆ ହୋଇ ଜୟନ୍ତ ଦେଖୁଥିଲା ଭିତରର ସାଜସଜ୍ଜାକୁ । ଧାଡି ଧାଡି ହୋଇ ଚୌକି ପଡ଼ିଥିଲା ଭିତରେ । ସବୁ ଗୁଡ଼ାକ ଖୁବ୍ ଯତ୍ନରେ ସଜେଇ ରଖୁଥିଲେ ସେମାନେ । ସଭା ଆରମ୍ଭ ହେବା ଆଗରୁ ସେସବୁ ଶୃଙ୍ଖଳିତ ଭାବେ ସଜଡା ହୋଇଯିବ ନିଶ୍ଚୟ । ଲୋକମାନେ ଆସି ବସିଗଲା ପରେ କିନ୍ତୁ ଏପଟ ସେପଟ ହୋଇଯିବ ସବୁକିଛି । ନିଜ ନିଜ ପ୍ରିୟ ମଣିଷଙ୍କ ପାଖରେ ବସିବାକୁ ସେମାନେ ଟାଣି ନେବେ ଚୌକି …