ବୋହୂ

‘ହେଇଟି ବୋଉ, ପତିତପାବନ ବାନା ଦିଶିଲାଣି’ - ସରିତା ମୋ ପାଖ ସିଟରୁ ଅଧା ପଛ ଆଡକୁ ଝୁଙ୍କି ଯାଇ ବୋଉ ଉଦ୍ଦେଶ୍ୟରେ କହିଲେ । - ‘ଆମେ ସମୁଦ୍ରକୂଳ ଯିବା?’ - ହାତ ଯୋଡ଼ି ମୁଣ୍ତରେ ଲଗେଇ ପତିତପାବନଙ୍କ ଉଦ୍ଦେଶ୍ୟରେ ମୁଣ୍ଡିଆ ମାରୁଥିବା ବେଳେ ପଚାରିଦେଲା ବୋଉ । ପତିତପାବନ ବାନା ବୋଉ ଦେଖି ପାରୁଥିଲା କି ନା କେଜାଣି? ହଠାତ୍ ତା’ ମୁହଁରୁ ସମୁଦ୍ରକୂଳ ଯିବା କଥାଶୁଣି ଷ୍ଟିଅରିଂ ଉପରେ ମୋ ହାତ ଟିକେ …

Continue reading ବୋହୂ

ଶେଷ ସଂଳାପ

ସବିତା କଳାକାର । ଅଭିନୟ କଲାବେଳେ ଚରିତ୍ରଟି ସହ ଏକାତ୍ମ ହୋଇଯାଏ ସେ । ଘୋଷିଥିବା ସଂଳାପ ସ୍ଵତଃ ବାହାରିଯାଏ ତା’ ମୁହଁରୁ । ଜୀବନରେ ଘଟୁଥିବା ସୁଖ ଦୁଃଖର ଛାଇ ପଡେନା ତା’ ମୁହଁରେ । ମଞ୍ଚରେ ମିଛ ସମ୍ପର୍କର ମୁଖା ଭିତରେ ବେଶ୍ ସହଜରେ ଲୁଚିଯାଏ ତା’ର ସତ ଜୀବନ । ପୃଷ୍ଠା ପରେ ପୃଷ୍ଠା ସଂଳାପ ଖୁବ୍ କମ୍ ସମୟରେ ମନେ ରଖିଦେଇ ପାରୁଥିବା ସବିତା, ଶଶଧର ଘୋଷେଇ ଥିବା ସେଇ ଚାରିଧାଡ଼ି …

Continue reading ଶେଷ ସଂଳାପ

ସଂସ୍କାର

ବସରେ ଭିଡ ଦେଖି କାହିଁକି କେଜାଣି ଟିକେ ଦବିଗଲା ମାଳର ମନ । କାଳିଆର ନବଯୌବନବେଶ ଦର୍ଶନ ନିମନ୍ତେ ବାହାରିଥିଲା ସକାଳୁ ସକାଳୁ , ସାଙ୍ଗରେ ଝିଅକୁ ନେଇ। ଚାରିଟା ବସ ଛାଡ଼ିସାରିଲାଣି ଭିଡ ଦେଖି । ଏଇ ବସ୍ ରେ ନ ଉଠିଲେ ଆଉ ଯାଇହେବନି, ସକାଳ ବେଳା । "ଏ, ମାଳ, କୁଆଡେ ? ପୁରୀ ବାହାରିଛ କି ମାଆ ଝିଅ" ? ନବଘନର ସ୍ୱର ଶୁଣି ଟିକେ ଦମ୍ଭ ପଶିଲା ମାଳ ଦେହରେ …

Continue reading ସଂସ୍କାର

କ୍ଷମା

ମୁଗ୍ଧା ଚାହିଁ ରହିଥିଲା ଦୂରକୁ । ତା’ କୋଠରୀର ଝର୍କାରୁ ଦୂର ପାହାଡ ଖୁବ୍ ସୁନ୍ଦର ଆଉ ମନଲୋଭା ଲାଗୁଥିଲା ଆଜି । ଏ ଭିତରେ ଜୀବନର ନୂଆ ବାଟଟିଏକୁ ପାଦ ବଢ଼େଇଛି ସେ । ଏଇ ବାଟରେ ଚାଲିବାକୁ ଭଲ ଲାଗୁଛି ତାକୁ । ତା' ଭିତରେ ନୀରବରେ ଛଟପଟ ହୋଇ ନିଶ୍ଚିହ୍ନ ହୋଇ ଯାଉଥିବା ତା ନିଜକୁ ଫେରିପାଇଛି ସେ । ବିଗତ ଦିନମାନଙ୍କରେ ଫାର୍ମ୍ ହାଉସ୍ କୁ ଆସି ଖୁବ୍ ଏକା ହୋଇଯାଉଥିଲା …

Continue reading କ୍ଷମା

ଶ୍ରିୟା

ଗୋବରପାଣିରେ ଘର ବାହାର ଲିପି ଆଣିଲା ଲକ୍ଷୀ। ବାବୁଘର ସିମେଣ୍ଟ ଚଟାଣକୁ ସାବୁନ୍ ପାଣିଦେଇ ସଫା କରିଦେଇ ଆସିଛି । ଶୁଖିଗଲେ ଷୋଳପାଖୁଡା ପଦ୍ମଫୁଲ ଉପରେ ମାଆ ଲକ୍ଷ୍ମୀଙ୍କର ପାଦଚିହ୍ନକୁ ଯତ୍ନରେ ଆଙ୍କିଦେବ ସେ । ଏରୁଣ୍ଡି ବନ୍ଧରେ କମକୁଟ କରି ଏପାଖ ସେପାଖ ଆଙ୍କି ଦେବ ପଦୁଅଁ କଢ଼ି, ଧାଡି ଧାଡି କରି । ତା’ ନିଜ ଘରର ଝାଟିମାଟି କାନ୍ଥରେ ବି ଧାନକେଣ୍ଡା ସହିତ ଆଙ୍କିଦେଇଛି ଲକ୍ଷ୍ମୀ ମାଆଙ୍କର ଅଳତାରଞ୍ଜିତ ପାଦଚିହ୍ନକୁ ଢାଉରଙ୍ଗରେ । …

Continue reading ଶ୍ରିୟା

ନୂଆବୋଉ

‘’ନୂ..ଆ..ବୋ..ଉ…..’’ ତା’ ହାତ ଉପରେ ହାତ ରଖି ସେ କହିଲା ଧିରେ ଛିଣ୍ଡା ଛିଣ୍ଡା ସ୍ଵରରେ । ଗାରିମା ଅଳ୍ପ ଓଢଣା ଟେକି ଚାହିଁଲା ତାକୁ । ତା’ ପାଟି ବଙ୍କେଇ ଯାଇଥିଲା । ତା’ ଆଖିର ଅସ୍ୱାଭାବିକତା ଅସହଜ ଲାଗିଥିଲା ଗାରିମାକୁ । ତାକୁ ଦେଖିଦେବା ପରେ କାହିଁକି କେଜାଣି ଥରିଗଲା ଦେହ । "ଓଃ.."- ଭୟ ଓ ଆତଙ୍କର ମୃଦୁ ଚିତ୍କାରଟିଏ ପାଟିରୁ ବାହାରିଗଲା ଆପେ ଆପେ । ଠେଲି ହୋଇଗଲା ସେ କାନ୍ଥ …

Continue reading ନୂଆବୋଉ

ଶୋକସଭା

ଦୁଆର ବନ୍ଧରେ ଠିଆ ହୋଇ ଜୟନ୍ତ ଦେଖୁଥିଲା ଭିତରର ସାଜସଜ୍ଜାକୁ । ଧାଡି ଧାଡି ହୋଇ ଚୌକି ପଡ଼ିଥିଲା ଭିତରେ । ସବୁ ଗୁଡ଼ାକ ଖୁବ୍ ଯତ୍ନରେ ସଜେଇ ରଖୁଥିଲେ ସେମାନେ । ସଭା ଆରମ୍ଭ ହେବା ଆଗରୁ ସେସବୁ ଶୃଙ୍ଖଳିତ ଭାବେ ସଜଡା ହୋଇଯିବ ନିଶ୍ଚୟ । ଲୋକମାନେ ଆସି ବସିଗଲା ପରେ କିନ୍ତୁ ଏପଟ ସେପଟ ହୋଇଯିବ ସବୁକିଛି । ନିଜ ନିଜ ପ୍ରିୟ ମଣିଷଙ୍କ ପାଖରେ ବସିବାକୁ ସେମାନେ ଟାଣି ନେବେ ଚୌକି …

Continue reading ଶୋକସଭା

ଭୁବନେଶ୍ୱର

କାଲି ପରି ଲାଗୁଛି । କେତେ ଶୀଘ୍ର ଏତେ ଗୁଡାଏ ବର୍ଷ ବିତିଗଲା, ଜାଣି ହେଲାନି । ତାକୁ ସେତେବେଳେ କୋଡ଼ିଏ ବର୍ଷ ହୋଇଥିଲା । ଏବେ ସତେଇଶ ହେଲାଣି । ଭୁବନେଶ୍ୱର ଆସିବା ସାତ ବର୍ଷ ହୋଇଗଲାଣି ଏ ଭିତରେ । କେଜାଣି କାହିଁକି, ଆଜି ସେଇ ଦିନ ଗୁଡ଼ାକ ଖୁବ୍ ମନେପଡୁଛି; ମନେପଡୁଛି ସେଇ ଦିନଟି, ଯେଉଁଦିନ ଅସୁସ୍ଥ ମାଆକୁ ନେଇ ପ୍ରଥମଥର ପାଇଁ ସେ ଆସିଥିଲା ରାଜଧାନୀ ଭୁବନେଶ୍ୱରକୁ । ଗାଁରୁ ଆସି …

Continue reading ଭୁବନେଶ୍ୱର

ଘର

‘ଆଉ କେତେ ସମୟ ଲାଗିବ ଘରେ ପହଞ୍ଚିବାକୁ?’ - ନୀଳିମା ଜୋରରେ ହଲେଇଦେଇ ପଚାରିଲା ରଘୁନାଥକୁ । ନିଦ ମଳ ମଳ ଆଖିରେ ବସ୍ ର ଝରକା ବାହାରକୁ ମୁଣ୍ଡ ଗଳେଇ ରଘୁନାଥ ଦେଖୁଥିଲା ସେମାନେ କେଉଁଠି ପହଞ୍ଚିଲେଣି । ନୀଳିମା ଏଥର ଟିକେ ଉଚ୍ଚ ଗଳାରେ କହିଲା, ‘ଏଇଟା କୋଉ ଜାଗା? ଘର ଆଉ କେତେବାଟ?’ ଚିଡିଗଲା ରଘୁନାଥ । ଝରକାର କୁନି ଫାଙ୍କ ଭିତରୁ ସେ ଯେ ଜାଗାଟି ଠଉରେଇ ପାରୁନି, ସେକଥା ନ …

Continue reading ଘର

କୁହୁଡି

ରୂପାଲୀ ଚୁପ୍ ଚାପ୍ ଚାଲିଥିଲା ରଙ୍କନିଧି ପଛେପଛେ । କିଟିକିଟି ଅନ୍ଧାର ଭିତରେ ରଙ୍କନିଧିର ମିଞ୍ଜି ମିଞ୍ଜି ଟର୍ଚ୍ଚ ଆଲୁଅ ସେମାନଙ୍କୁ ରାସ୍ତା କଢାଇ ନେଉଥିଲା । ଲମ୍ବପାଦରେ ଚାଲୁଥିବା ରଙ୍କନିଧିପଛରେ ଏକ ରକମ ଦୌଡୁଥିଲା ରୂପାଲୀ। ଧଇଁ ସଇଁ ହୋଇପଡୁଥିଲା ସେ । ରଙ୍କନିଧି ସହ ପାଦରେ ପାଦ ମିଳାଇ ଚାଲିବାକୁ ପିଲାଦିନରୁ ସବୁବେଳେ ଚାହିଁ ରହିଥିବା ରୂପାଲୀ ସେଇଦିନ ଗୁଡ଼ିକ ପରି ଆଜିବି ଦୌଡ଼ୁଥିଲା ତା' ପଛରେ । ଖୁବ୍ ହାଲିଆ ଲାଗୁଥିଲା ରୂପାଲୀକୁ …

Continue reading କୁହୁଡି